ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା କିସ୍ତି...
ଭୁବନେଶ୍ଵର,୦୮/୦୩ : ବିଶ୍ବ ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା । ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Ad..
ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିଛି ସୁଭଦ୍ରା କିସ୍ତି ।
Ad..
ସୂଚନା ଅନୁଯାୟୀ, ଆଜି ପୁରୀର ତାଳବଣିଆଠାରେ ‘ସୁଭଦ୍ରା’ ଯୋଜନା ଅଧୀନରେ ରାଜ୍ୟସ୍ତରୀୟ ଚତୁର୍ଥ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ସମାବେଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ କାର୍ଯ୍ୟକ୍ରମ ଶୁଭରାମ୍ଭ କରିଛନ୍ତି । ସଭାସ୍ଥଳିରୁ ଓଡ଼ିଶାର ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ବାଣ୍ଟିଛନ୍ତି।
ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ବଣ୍ଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, “ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଓଡ଼ିଶାର ମହିଳାମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସ ଜାରି ରହିଛି। ଏପର୍ଯ୍ୟନ୍ତ ଓଡ଼ିଶାର ମହିଳାମାନଙ୍କୁ ୩ଟି କିସ୍ତିରେ ୧୫୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।”
ଆଜି ଚତୁର୍ଥ କିସ୍ତିରେ ଆଉ ୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନା ଯୋଗୁଁ ଲକ୍ଷ ଲକ୍ଷ ସଫଳତାର କାହାଣୀ ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ୧୭ ଲକ୍ଷ ମହିଳା କୋଟିପତି ହୋଇଛନ୍ତି।ସୁଭଦ୍ରା ଯୋଜନାରେ, ମହିଳା ହିତାଧିକାରୀମାନଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ଭାବରେ ପ୍ରଦାନ କରାଯାଏ।
Edited by k.s thakur...
Tags:
4th phase payment
Bhubaneswar
cm mohan Majhi
deputy cm prabhati parida
latest news
latest update
odisha daily current affairs
odisha news
puri
Subhadra yojana



