ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ...
ଭୁବନେଶ୍ଵର,୧୪/୦୩: ଏସଆଇଆରକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।ରାଜ୍ୟସଭା ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱନକୁଲେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକ ମାନଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି।
Ad..
ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଥିଲେ।
Ad..
ସୂଚନା ଅନୁଯାୟୀ, ଏସଆଇଆରକୁ ନେଇ ରାଜ୍ୟ ବିଜେପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବ।ଗାଁ କୁ ଯିବେ ନେତା, ସବୁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ଏସଆଇଆର କର୍ମଶାଳା।
ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ସମସ୍ତ ବିଧାୟକ ମାନଙ୍କ ସହ ବୈଠକରେ ଆଲୋଚନା ହୋଇଛି।ଭୋଟିଙ୍ଗ ନେଇ ଟ୍ରେନିଂ ଦିଆଯିବ, ଟ୍ରେନିଂ ପରେ ବସ୍ ଯୋଗେ ପାରାଦ୍ୱୀପ ଯିବେ ସମସ୍ତ ବିଜେପି ବିଧାୟକ।
Edited by k.s thakur...
Tags:
BJP
latest news
latest update
meeting on sir
odisha daily current affairs
odisha news
state office



