ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...


ମୁରିବାହାଲ,୧୪/୦୩(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

Ad..


ଏହି କାର୍ଯ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁଷ୍ଠାନର ଅଷ୍ଟମ ଶ୍ରେଣୀର ୨୪ ଜଣ  ଛାତ୍ରଛାତ୍ରୀଙ୍କ  ମଧ୍ୟରେ କେକ୍ କାଟି ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ବିଦାୟ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ।

Ad..


ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାବବିହ୍ୱଳ ଦେଖିବାକୁ ମିଳିଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଭେଟି ସ୍ୱରୂପ ବିଦାୟ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରି ଉତ୍ସାହିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ /ଶିକ୍ଷୟିତ୍ରୀ ଶ୍ରୀମତୀ ସଫଳା ମିଶ୍ର, ଶ୍ରୀମତୀ ଜୟମାଳିନୀ ପଟ୍ଟନାୟକ,ଶ୍ରୀମତୀ ସରୋଜିନୀ ମିଶ୍ର, ସୁଶ୍ରୀ ପ୍ରିୟଦର୍ଶନୀ ସ୍ୱାଇଁ, ଗୌରଚନ୍ଦ ଭୋଇ,ନୀଳମଣି ଦୀପ ପ୍ରମୁଖ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post