ଜିଲ୍ଲାପାଳଙ୍କ ବଡ଼ ଆକ୍ସନ: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ...

ଜିଲ୍ଲାପାଳଙ୍କ ବଡ଼ ଆକ୍ସନ: ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ...


ଜଗତସିଂହପୁର,୧୨/୦୩(ନି.ପ୍ର): ଧାନ କ୍ରୟ ପ୍ରକ୍ରିୟାରେ ଅବହେଳା ଏବଂ ମଣ୍ଡିରେ ଅନୁପସ୍ଥିତ ରହିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୬୯ ଜଣ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

        Ad..


ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO), ରାଜସ୍ୱ ନିରୀକ୍ଷକ (RI) ଏବଂ VLWମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା । 

      Ad..


ମାତ୍ର ଏହି ଅଧିକାରୀମାନେ ନିଜ ନିଜର ଧାନ କ୍ରୟ କେନ୍ଦ୍ର ବା ମଣ୍ଡିରେ ଉପସ୍ଥିତ ନ ରହି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।ଜିଲ୍ଲାର ସମସ୍ତ ପ୍ରମୁଖ ବ୍ଲକରେ କାର୍ଯ୍ୟରତ ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନର ପରିସରଭୁକ୍ତ ହୋଇଛନ୍ତି। 

ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂହପୁର, ଏରସମା ଏବଂ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ୩ ଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଆଦେଶନାମା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ୬୯ ଜଣ ଅଧିକାରୀଙ୍କ ଦରମା ବନ୍ଦ ରହିବ। ଏଥିସହିତ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

କେଉଁ ପରିସ୍ଥିତିରେ ସେମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେନେଇ ଆସନ୍ତା ୩ ଦିନ ଭିତରେ ଲିଖିତ ଉତ୍ତର ରଖିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ଚାଷୀଙ୍କ ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଆଗକୁ ମଧ୍ୟ ଏଭଳି କଠୋର ପଦକ୍ଷେପ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି।



Edited by k.s thakur...

Post a Comment

Previous Post Next Post