ବେଲଘରରେ ପହଞ୍ଚି କୁଟିଆ କନ୍ଧଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ...

ବେଲଘରରେ ପହଞ୍ଚି କୁଟିଆ କନ୍ଧଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ...


ବାଲିଗୁଡ଼ା,୧୨/୦୩(ନି.ପ୍ର): ସ୍ଵାଧୀନତାର ୭୮ ବର୍ଷ ପରେ ଆଜି ଜଣେ ଯୁବ ଜିଲ୍ଲାପାଳ ବେଲଘରରେ ପହଞ୍ଚି ଆଦିମ ଜନଜାତି କୁଟିଆ କନ୍ଧ (ପିଭିଟିଜି)ମାନଙ୍କ ଅଭିଯୋଗ ଶୁଣିଛନ୍ତି। 

Ad..


ବିଗତ ଦିନରେ ବାଇକରେ ଯାଇ କୁଟିଆ ଗାଁରେ ପହଞ୍ଚି ସମସ୍ୟା ଦେଖିବା ସହ ସରକାରଙ୍କ ଯୋଜନା ଦେଖି ଚର୍ଚ୍ଚା ରେ ଥିବା କନ୍ଧମାଳ ଜିଲ୍ଲାପାଳଙ୍କ ଏହି ଜନଶୁଣାଣିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯିବ ସହ ଜିଲ୍ଲାପାଳଙ୍କ ପ୍ରୟାଶକୁ ପ୍ରସଂଶା କରାଯାଇଛି।

      Ad..


ଏହି ଜନଶୁଣାଣି ବେଲଘର ଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ବେଲଘର, ଗୁମା, ଝିରିପାଣି ଓ ବିଲାମାଳ ପଞ୍ଚାୟତରେ ବସବାସ କରୁ ଥିବା ଆଦିମ ଜନଜାତି କୁଟିଆ କନ୍ଧ (ପିଭିଟିଜି)ମାନେ ସେମାନଙ୍କ ବ୍ୟକ୍ତି ଗତ ସାମୁହିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଥିଲେ। 

କିଭଳି ସରକାରଙ୍କ ଯୋଜନା ଠିକ ରେ ମିଳିପାରୁ ନହିଁ ଓ ଲୋକେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏଭଳି ମାଳମାଳ ସମସ୍ୟା ଜିଲ୍ଲାପାଳଙ୍କ ହସ୍ତ ଗତ ହୋଇଥିଲା।ବ୍ୟକ୍ତିଗତ ଓ ସାମୁହିକ ୧୨୫ ଟି ମାମଲାକୁ ଗୋଟିଗୋଟି କଇରୀ ଜିଲ୍ଲାପାଳ ଶୁଣିଥିଲେ। 

କେଉଁ ଗାଁରେ ଶୁଦ୍ଧ ପାନୀୟ ଜଳର ସମସ୍ୟା ରହିଛି  କେଉଁଠି ଲୋକଙ୍କୁ ଆବାସ ଯୋଜନରୁ ବଞ୍ଚିତ ହୋଇଛନ୍ତି। ସବୁଠାରୁ ବିଡମ୍ବନା ରହିଥିଲା ୬୦ରୁ ୭୦ ବର୍ଷର ବୃଦ୍ଧବୃଦ୍ଧାମାନେ ଏବେବି ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। 

ବେଲଘର ପଞ୍ଚାୟତର ମାଦଲାକୁନାର ରଘୁ ବାରଡୁ ମାଝି ଭତ୍ତା ପାଉଥିବା ବେଳେ ୧୧ ମାସ ହେଲା ବୟସ ତ୍ରୁଟି ଥିବାରୁ ଭତ୍ତା ପାଉ ନାହାନ୍ତି ସେହି ଭଳି ଲଲକୁଟାଡୁ ମାଝି ମଧ୍ୟ ବୟସ ୭୦ ପହଞ୍ଚି ଥିଲେ ମଧ୍ୟ ଭତ୍ତା ରୁ ବଞ୍ଚିତ ଅଛନ୍ତି କେବଳ ଏହି ଦୁଇ ଜଣ ନୁହନ୍ତି ଏଭଳି ବହୁ ବୃଦ୍ଧ ବୃଦ୍ଧା ଭତ୍ତା ରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଥିଲା।

ସରକାରଙ୍କ ନିର୍ଦେଶ ପ୍ରକାରେ ଭୋଟର କାର୍ଡ ଓ ଆଧାରକାର୍ଡରେ ବୟସ ଠିକ ନଥିବାରୁ ଏଭଳି ବଞ୍ଚିତ ହେଉଥିବା ଜଣାପଡିଥିଲା। ଏହା ପରେ ଜିଲ୍ଲାପାଳ ବେଦ ଭୂଷଣ ଏକ ଏହାକୁ ଗୁରୁତର ସହ ନେଇ ଡାକ୍ତର ଟିମ ଏହାର ଅନୁଧ୍ୟାନ କରି ଭୋଟର କାର୍ଡ ଓ ଆଧାରକାର୍ଡରେ ଖୁବ ଶୀଘ୍ର ବୟସ ସଂଶୋଧନ କରାଯିବା ସହ ଭତ୍ତା ଦେବା ପାଇଁ କହିଥିଲେ। 

ଜିଲ୍ଲାପାଳଙ୍କ ସହ କନ୍ଧମାଳ ଜିଲ୍ଲାପ୍ରକଳ୍ପ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ  ବେହେରା, ଜିଲ୍ଲା ଶିକ୍ଷାଧିକାରୀ  ରାଜେଶ କୁମାର ସ୍ଵାଇଁ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। 

ବେଲଘର ଠାରେ ଏଭଳି କିଛି ମାସ ବ୍ଯବଧାନରେ ଜନଶୁଣାଣି କରାଗଲେ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ବ୍ଲକ ଅଧକ୍ଷ ବାସନ୍ତୀ ମାଝି, ସରପଞ୍ଚ ଗୋବିନ୍ଧ ମାଝି, ଗୁମା ସରପଞ୍ଚ ସାଞ୍ଜୁ ମଲ୍ଲିକ  ଓ ବିଲାମାଳ ସରପଞ୍ଚ  ବାବିତା ମାଝି କହିଛନ୍ତି।



Edited by k.s thakur...

Post a Comment

Previous Post Next Post