ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଚଟୁଅନକା ଗ୍ରାମ...
କଣ୍ଟାବାଞ୍ଜି,୧୮/୦୩(ନି.ପ୍ର): ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଳକ ଚଟୁଅନକା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି।
Ad..
ମହାମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଚଟୁଅନକା ଗ୍ରାମ ହରିଭକ୍ତି ତଥା ଭକ୍ତିମୟରେ ପୂରୁ ଉଠୁଛି।ହରିନାମାମୃତରେ ଭକ୍ତମାନେ ଆନନ୍ଦ ଉଲ୍ଲାସ ଭାବ ବିହ୍ୱଳରେ ବୁଡି ଯାଇଥିବା ବେଳେ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ପରିଲକ୍ଷିତ ହେଉଛି।
Ad..
ଏଥିରେ ନିମନ୍ତ୍ରିତ ସଂକିର୍ତ୍ତନ ଦଳ ଚଟୁଅନକା,ସିହିନୀ,ଉଲଭା,କୁରେଶର,କାଦୋବେଡା,ଦାବ୍ରି,କାନ୍ଦୁଲଝେର, ଚନା ବାହାଲ, ଲେଡ଼ାପଦର, ରଜାମରା ଦଳ ଅଂଶଗ୍ରହଣ ସଂକିର୍ତନ ପରିବେଷଣ କରିଥିଲେ।
ଏଥିରେ ଯଜ୍ଞ କର୍ତ୍ତା ଭାବେ ବିକି ପାଣିଗ୍ରାହୀ ତାଙ୍କ ଧର୍ମପତ୍ନୀ ସ୍ନେହା ପାଣିଗ୍ରାହୀ, ଦେବ ଛୁରା ତାଙ୍କ ଧର୍ମପତ୍ନୀ ପୂର୍ଣମୀ ଛୁରା, ମାଧ ବଏ ତାଙ୍କ ଧର୍ମପତ୍ନୀ ଲୁଚ଼ନା ବଏ କାର୍ଯ୍ୟ ନିର୍ବାହ କରୁଥିବା ଦକ୍ଷ ପଣ୍ଡିତ ଦଣ୍ଡପାଣି ହୋତା ଓ ସତ୍ୟନାରାୟଣ ମହାପାତ୍ର, ସହକାରୀ ଜପକ ଶୀତୁ ମିଶ୍ର ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରୁଛନ୍ତି।
ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଚଟୁଅନକା ଗ୍ରାମର ସମସ୍ତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଦାୟିତ୍ଵ ନେଇଛନ୍ତି।ସହ ପରିଚାଳନା କମିଟି ଦେବାନନ୍ଦ ବଏ , ପୀତବାସ ମହାନନ୍ଦ, ମହେନ୍ଦ୍ର ବଏ, ନନ୍ଦ କିଶୋର ଆପ୍ପା, ମଦନ ପନିକା, ଗୋକୁଳ ସୁନା, ଉପେନ୍ଦ୍ର ତାଣ୍ଡି, ଆଶିଷ ମହାନନ୍ଦ, ଲଷ୍ମୀକାନ୍ତ ଆପ୍ପା, କଣ୍ଠ ବଏ, ଶଙ୍କର ମହାନନ୍ଦ, ପୁରୁଷୋତ୍ତମ ମହାନନ୍ଦ, ତପନ ବଏ, ନିରାକାର ସୁନା, ଗୋପୀ ବଏ, ଗଜାନନ ଟାକ୍ରୀ, ରୁଷି କୁମ୍ଭାର, କଳିନ୍ଦ୍ର ତାଣ୍ଡି ପ୍ରମୁଖ ସହଯୋଗ କରୁଛନ୍ତି।
Edited by k.s thakur...



