ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଚତୁର୍ଥ ଦିନ ରେ ବାରବନ୍ଦ ଗ୍ରାମଠାରେ ଅନୁଷ୍ଠିତ...

ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଚତୁର୍ଥ ଦିନ ରେ ବାରବନ୍ଦ ଗ୍ରାମଠାରେ ଅନୁଷ୍ଠିତ...


ମୁରିବାହାଲ,୧୮/୦୩(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମର ଖେଳପଡ଼ିଆଠାରେ ମା’ ବାରଖୁଲେନ କ୍ରିକେଟ କ୍ଲବ ପକ୍ଷରୁ ମା’ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଥିବା ବେଳେ ଆଜି ଚତୁର୍ଥ ଦିନରେ ବାଲଦାଶ ଏବଂ ନାନାଝେର ମଧ୍ୟରେ ମେଚ ଚାଲିଥିବା ବେଳେ ନାନାଝେର ବିଜୟ କରିଛନ୍ତି।

Ad..


ଏବଂ ଦ୍ଵିତୀୟ ମେଚ ରେ ପୁଡାପାଲି ଏବଂ କରଲାବେହେଲି  ମଧ୍ୟରୁ ପୁଡାପାଲି ବିଜୟ  ଲାଭ କରିଛନ୍ତି। ମୁଖ୍ୟ‌ଅତିଥି  ଭାବେ ସଞ୍ଜୟ କୁମାର ରାଓ ତଥା ଯୁବ ସମାଜସେବୀ କିଶୋର ସାହୁ ଉଗ୍ରେସନ ମାଝୀ, ରାଜିନ୍ଦ୍ର ଭୋଇ, ଶଙ୍କର ମାଝୀ ଓ ଗୋପାଳ ଚିନ୍ଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ  କ୍ରିକେଟ ଖେଳାଳି ଙ୍କୁ  ଉତ୍ସାହିତ କରିଥିଲେ। 

   Ad..


ସେହିପରି ଦୁଇଟି ରାଉଣ୍ଡର ବିଜୟୀ ଦଳକୁ ନେଇ ତୃତୀୟ ରାଉଣ୍ଡ ଖେଳ ଅନୁଷ୍ଟିତ ହେବ। ନାନାଝେର ଓ ପୁଡାପାଲି  ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।ଆମ୍ପାୟାର ରୂପେ ଖେଳ ପରିଚାଳନା କରିଥିବା ଧୁବଲେ ଭୋଇ ଓ ବିକାଶ ନାଏକ କରିଥିବା ବେଳେ ସୁବ୍ରତ ବଘାର ଧାରା ବିବରଣୀ ପ୍ରଦାନ କରିଥିଲେ। 

ଆୟୋଜକ କମିଟିର ସଭାପତି ଭିକାରୀ ଭୋଇ, ଉପସଭାପତି ବିବେକ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ପଦ୍ମନ ମାଝୀ, ଉମେଶ ସାହୁ, ଅମିର ବଘାର, କାଳିଆ ପ୍ରଧାନ, ବିକାଶ ନାଏକ, ରାଘବ ଭୋଇ ମଣ୍ଟୁ ନାଏକ, ରଞ୍ଜନ ବଘାର... 

ପ୍ରଦୀପ ଭୋଇ, ଅମିତ ନାଏକ, ଲିଙ୍କନ ସାହୁ, ନର ମାଝୀ, ଶୁକମଣି ଚିନାଗୁନ, ପ୍ରଦୀପ ନାଏକ, ହ୍ରିତିକ ଭୋଇ, ଲକ୍ଷପତି ଭୋଇ, ଛୋଟୁ ସାହୁ, ପ୍ରସନ୍ନ ନାଏକ, ମନୁ ନାଏକଙ୍କ ସହ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।



Report : shankar majhi

Edited by k.s thakur...

Post a Comment

Previous Post Next Post