ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା...

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା...


କଣ୍ଟାବାଞ୍ଜି,୧୮/୦୩(ନି.ପ୍ର): ଓଡିଶାର ବିଭିନ୍ନ ବିଭାଗରେ ଆଉଟ ସୋର୍ସିଙ୍ଗ ଭିତ୍ତିରେ କାମ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଅତ୍ୟନ୍ତ କମ୍ ଦରମାରେ ଓ ଅନିଶ୍ଚିତ ପରିସ୍ଥିତିରେ କାମ କରୁଛନ୍ତି। ସରକାରୀ କାମର ମୁଖ୍ୟ ଭାଗ ସେମାନେ କରୁଥିଲେ ମଧ୍ୟ ଯଥାର୍ଥ ସୁବିଧା ଓ ସୁରକ୍ଷା ପାଇ ପାରୁନାହାନ୍ତି।

       Ad..


ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ, ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯାଉ।ନ୍ୟୁନତମ ଦରମା ବୃଦ୍ଧି କରାଯାଉ ଓ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯାଉ। 

    Ad..


ଏହି ସମସ୍ୟା ସମାଧାନ ପାଇଁ ସେମାନେ ବହୁବାର ଦାବି କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ।ସେଥିପାଇଁ ଅଲ ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ତରଫରୁ ରକ୍ତ ପରୀକ୍ଷା କେନ୍ଦ୍ର, ସଫେଇ କର୍ମଚାରୀ କିଛି ସମୟ ପାଇଁ  କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଥିଲା। 

କଣ୍ଟାବାଞ୍ଜି ଚିକିତ୍ସାଳୟରେ ମଧ୍ୟ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ତରଫରୁ କିଛି ସମୟ ପାଇଁ ଧାରଣା ଦେବା ସହ ନିଜର ଦାବି କୁ ପ୍ରକାଶ କରିଥିଲେ। ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ମେଡ଼ିକାଲ ଇଂଚାର୍ଜ ଡ଼ା ରାକେଶ ପଣ୍ଡିତ କୁ ନିଜର ଦାବି କୁ ଦାବି ପାତ୍ର ମଧ୍ୟରେ ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post