ବରଗଡ଼ ଜିଲ୍ଲା ଅଇଲାପାଲି ଗାଁ ରେ ଶତାବ୍ଦୀ ପୂର୍ତ୍ତି ନାମଯଜ୍ଞ ଉତ୍ସବ ପାଳନ...

ବରଗଡ଼ ଜିଲ୍ଲା ଅଇଲାପାଲି ଗାଁ ରେ ଶତାବ୍ଦୀ ପୂର୍ତ୍ତି ନାମଯଜ୍ଞ ଉତ୍ସବ ପାଳନ...


ବରଗଡ଼,୦୫/୦୩(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲାର ଆଇଁଲାପାଲି ଗ୍ରାମରେ ୧୦୦ତମ ନାମଯଜ୍ଞ ଉପଲକ୍ଷେ ଶତାବ୍ଦୀ ଉତ୍ସବ ବିଶେଷ ଭାବରେ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହେଉଛି। ଶତାବ୍ଦୀ ପୂର୍ତ୍ତିର ଏହି ପବିତ୍ର ଅବସ ପ୍ରଥମ ଦିବସରେ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। 

          Ad..


ଗ୍ରାମର ଶତାଧିକ ମହିଳା ଶୁଭ୍ର ପୋଶାକ ପିନ୍ଧି ମୁଣ୍ଡରେ କଳସ ବହନ କରି ଭଜନ-କୀର୍ତ୍ତନ ମଧ୍ୟରେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।ଗ୍ରାମ ପରିକ୍ରମା ପରେ ବିଧିବତ୍ ମନ୍ତ୍ରୋଚ୍ଚାରଣ ସହିତ ନାମଯଜ୍ଞର ଶୁଭାରମ୍ଭ ହୋଇଥିଲା। 

      Ad..


ଯଜ୍ଞମଣ୍ଡପରେ ପୂଜାର୍ଚ୍ଚନା, ହୋମ ଓ ନାମସଙ୍କୀର୍ତ୍ତନ ହୋଇଥିଲା।ନାମ ଆରମ୍ଭ ପୂର୍ବରୁ, ଯେଉମାନେ ପ୍ରତିବର୍ଷ ଗ୍ରାମର ନାମଯଜ୍ଞକୁ ଅବିରତ ଭାବେ ଆୟୋଜିତ କରି ବର୍ତ୍ତମାନ ୧୦୦ତମ ବର୍ଷରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି, ସେହି ଗ୍ରାମର ବୟୋଜ୍ୟେଷ୍ଠମାନଙ୍କୁ ଏକତ୍ର ଭାବରେ ଉତ୍ତରୀୟ ପ୍ରଦାନ କରି ବିଶେଷ ପର୍ବରେ ସମ୍ମାନିତ କରାଯାଇଥିଲା।

ଅଞ୍ଚଳର ବିଭିନ୍ନ ଗ୍ରାମରୁ ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ପବିତ୍ର ନାମର ସ୍ମରଣ କରିଥିଲେ। ଆୟୋଜକମାନଙ୍କ ତରଫରୁ ସୁସଂଗଠିତ ବ୍ୟବସ୍ଥା କରାଯାଇ ଭକ୍ତମାନଙ୍କ ପାଇଁ ସାମୁହିକ ଅର୍ନ ପ୍ରସାଦ ବିତରଣ ଓ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। 

୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମାସ ମାସ ଧରି ଗ୍ରାମବାସୀ ଙ୍କ ଦ୍ବାରା ଏହି ଧାର୍ମିକ କାର୍ଯ୍ୟକ୍ରମର ଭକ୍ତିମୟ ପରିବେଶ ଜାରି ରହି ମହାପର୍ବ ର ସମାପ୍ତି ହୋଇଛି। ଗାଁ ଆରମ୍ଭ ପରେ ଗୈନ୍ତିଆ ଙ୍କ ଦ୍ବାରା ନଦିଆ ଦର୍ଶନ କରି ନାମ ସଂକିର୍ତ୍ତନ ଶୁଭାରମ୍ଭ ହୋଇଥିଲା ତାହା ଆଜି ୧୦୦ ବର୍ଷ ପୂର୍ତ୍ତି ହୋଇଥିବାରୁ ଗାଁ ଆୟୋଜକମାନେ ବଡ଼  ଧୂମଧାମରେ ଏହି ପର୍ବ ପାଳନ କରିଥିବା ସୂଚନା ସୂଚନା ଦେଇଛନ୍ତି। 

ଏହି ଉତ୍ସବ ରେ ସ୍ଥାନିୟ ବିଧାୟକ ଯୁବନେତା ଇରାସିସ୍ ଆଚାର୍ଯ୍ୟ, ପାଖ ଆଖ ସମସ୍ତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦାନ ଦେଇଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post