ବିପୁଳ ପରିମାଣର ଗଞ୍ଜେଇ ସହ କାର-ବାଇକ ଜବତ, ୨ ଗିରଫ...

ବିପୁଳ ପରିମାଣର ଗଞ୍ଜେଇ ସହ କାର-ବାଇକ ଜବତ, ୨ ଗିରଫ...

ବ୍ରଜରାଜନଗର,୧୪/୦୩ : ନିଶାମୁକ୍ତ ଓଡ଼ିଶା ଅଭିଯାନର ଏକ ଅଂଶ ଭାବରେ ବ୍ରଜରାଜନଗର ପୁଲିସ ଏକ ବଡ଼ ସଫଳତା ମିଳିଛି। ପୁଲିସ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଏକ ରାକେଟ୍‌କୁ ଧରିବାରେ ସଫଳ ହୋଇଛି। 
             Ad..

ଗତକାଲି ବ୍ରଜରାଜନଗର ଥାନା ପରିସରରେ ଏସ୍‌ପି
ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏକପ୍ରେସ୍‌ ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରାର ଅମରନାଥ ଦ୍ୱିବେଦୀ (୨୭) ଓ ବୌଦ୍ଧ ଜିଲ୍ଲା କମିରାର ଶ୍ରୀକାନ୍ତ ଦାସ (୪୨)।
     Ad.. 

ସେମାନଙ୍କ ଠାରୁ ୬୨ କିଲୋ ୬୦ ଗ୍ରାମ ନିଷିଦ୍ଧ ଗଞ୍ଜେଇ, ଗୋଟିଏ ସ୍କୁଟି (ଓଡ଼ି ୨୩ ୟୁ ୧୧୦୬), ଗୋଟିଏ ମୋବାଇଲ୍ ଫୋନ୍ ଗୋଟିଏ କାର(ଓଡ଼ି ୦୨ ଏ ଡ଼ି ୮୬୦୧) ଓ ନଗଦ ଟଙ୍କା ୧୪,୦୫୦ ଟଙ୍କା ଜବତ କରିଛି।

ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଓ ଗଞ୍ଜେଇ ଚାଲାଣର ଲିଙ୍କକୁ ପୁଲିସ ଖୋଜୁଛି ବୋଲି ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍‌ଡ଼ିପି ଓ ଚିନ୍ତାମଣି ପ୍ରଧାନ, ବ୍ରଜରାଜନଗର ଆଇଆଇସି ଧବଳେଶ୍ବର ସାହୁ, ବନହର ପାଲି ଆଇଆଇ ସି ଅଧିକାରୀ ରଞ୍ଜିତ ନାୟକ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଏକ ସ୍କୁଟିରେ ଗଞ୍ଜେଇ ଲଜକୁରା ଜଣେ ଯୁବକ ଘରକୁ ନେଉଥିବା ଖବର ବ୍ରଜରାଜନଗର ଆଇଆଇସି ଧବଳେଶ୍ବର ସାହୁ ପାଇଥିଲେ। କାଳ ବିଳମ୍ବ ନକରି ପୁଲିସ ଲଜକୁରା ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଅପରାହ୍ନ ୫ଟାରେ ସ୍କୁଟି ଧରି ଯୁବକ ଜଣକ ସେଠାରେ ପହଁଚିବା କ୍ଷଣି ତାକୁ କାବୁ କରିନେଇଥିଲେ। 

ମାଜିଷ୍ଟେଟ ସମ୍ମୁଖରେ ତନଖି ପରେ ପ୍ରାୟ ୨୩କେଜି ଗଞ୍ଜେଇ ମିଳିଥିଲା। ସେ ତାର ପରିଚୟ ଅମରନାଥ କହିବା ସହିତ ସେ ବୌଦ୍ଧର ଶ୍ରୀକାନ୍ତ ଠାରୁ ଆଣିଥିବା କହିଥିଲା। ତାକୁ ପଚାରଉଚରା ପରେ ଅଭିଯୁକ୍ତ ଯୁବକ ଘରୁ  ଦୁଇଟି ଲୁହା  ଡ୍ରମ ଓ ଗୋଟିଏ ଆଟାଚିରେ  ଗଞ୍ଜେଇ ମିଳିଥିଲା। ପୁଲିସର ୨ଟି ଟିମ ଗତକାଲି ରାତିରେ ବୌଦ୍ଧ ଯିବା ସହ  ଶ୍ରୀକାନ୍ତକୁ ଗିରଫ କରିଥିଲା।





Edited by k.s thakur...

Post a Comment

Previous Post Next Post