ଦୁଇ ଟ୍ରକ ମୁହାଁମୁହିଁ ; ଦୁଇ ଡ୍ରାଇଭର ମୃତ,ଜଣେ ଗୁରୁତର...
ରେଙ୍ଗାଲି କ୍ୟାମ୍ପ,୧୪/୦୩ : ବରଗଡ଼ ଜିଲ୍ଲା ୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁଇ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
Ad..
ବରଗଡ଼ ଜିଲ୍ଲା ଅତାବିରା ବୁଟୁ ବନ୍ଦ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲା। ସୂଚନା ଅନୁସାରେ ମହାରାଷ୍ଟ୍ରରୁ କୋଲକତା ଅଭିମୁଖେ ଯାଉଥିବା ତରଭୁଜ ବୋଝେଇ ଟ୍ରକ (ଡବ୍ଲୁବି୨୩ ଏମ୍୯୭୮୬) ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର୍ ରେ ପିଟି ହୋଇଥିଲା।
Ad..
ପରେ ଡିଭାଇଡରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଭାଙ୍ଗି ଝାରସୁଗୁଡାରୁ ମହାରାଷ୍ଟ୍ର ଅଲ୍ଲାପଲ୍ଲୀ ଅଭିମୁଖେ ଯାଉଥିବା ଏକ ଖାଲି ଟ୍ରଲର (ଏମଏଚ୍ ୪୦ସିଟି ୮୩୪୫)କୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯିବା ଆସିବା ଠପ୍ ହୋଇପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ଉଭୟ ଗାଡ଼ିର ଚାଳକଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ତରଭୁଜ ବୋଝେଇ ଟ୍ରକ୍ ର ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଉଭୟ ମୃତକ ହେଲେ ବିହାରର ଛପରା ତରେଇଆଁର ଏମ୍ ଇସ ମାଇଲ ଖାଁ(୪୫) ଓ ମଧ୍ୟପ୍ରଦେଶର ଛତରପୁରର ବିକାଶ କୁମାର (୨୬)। ଘଟଣା ସ୍ଥଳରେ ଅତାବିରା ପୁଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିଛନ୍ତି। ପରେ ଉକ୍ତ ରାସ୍ତାରେ ଯିବାଆସିବା ସ୍ଵାଭାବିକ ହୋଇଥିବା ଜଣା ପଡ଼ିଛି।
Edited by k.s thakur...
Tags:
2 died
latest news
latest update
odisha daily current affairs
odisha news
rengali camp
Road accident



