ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...

ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...


ପାଇକମାଲ,୩୦/୦୩(ବିଜୟ କୁମାର ସାହୁ) : ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ରାଧେଶ୍ୟାମ ମେହେର...

Ad..


ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶାନ୍ତନୁ ସାହୁ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୀପ୍ତିପୁର ଏବଂ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମାନ୍ ମୀନକେତନ ସାହୁ, ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼, ମହେଶ୍ବର ହରିପାଲ  ସାଧନ କେନ୍ଦ୍ର ସଂଯୋଜକ, ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ପ୍ରଧାନ ଆଚାର୍ଯ୍ଯ ସରସ୍ଵତୀ ଶିଶୁ ମନ୍ଦିର, ପଦ୍ମପୁର, ଦିଲ୍ଲିପ କୁମାର ବେହେରା, ସରପଞ୍ଚ ଟେମରୀ ଗ୍ରାମ ପଞ୍ଚାୟତ ଯୋଗ ଦେଇଥିଲେ। 

    Ad..


ସଭାରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୀତ ନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। 

ସଭାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଏବଂ ବିବରଣୀ ପଠନ କରିଥିଲେ ଶିକ୍ଷକ ଉପେନ୍ଦ୍ର ପ୍ରଧାନ।ଏହି ସୁନ୍ଦର କର୍ଯ୍ୟକର୍ମ କୁ ବିଦ୍ୟାଳୟ ର ଶୀକ୍ଷକ ମାନଙ୍କ ମଧ୍ୟରେ ଅକ୍ଷୟ ଡୁଡୁକା,କୈଲାସ ବରିହା, ହୃଦାନନ୍ଦ ରଣା, ଶିକ୍ଷୟିତ୍ରୀ ରିତୁପର୍ଣ୍ଣ। ସିଂ ବରିହା ଆଦି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post