ଡଙ୍ଗରବୁଢା ପୁଞ୍ଜିପଥର ବାବା ମନ୍ଦିରରେ ଅମୃତ ଧାରା ଉଦଘାଟିତ...
କଣ୍ଟାବାଞ୍ଜି,୩୦/୦୩ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵ ରେ ଥିବା ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିର ଠାରେ ଆଜି ଅମୃତ ଧାରା ଉଦଘାଟିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଉଦଘାଟନି ଉତ୍ସବରେ ଡଙ୍ଗର ପଡା ପଞ୍ଚାୟତ ସରପଞ୍ଚ ରାମଦାସ ମହାକୁର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନୀୟ ଅତିଥି ଭାବେ ମୁରିବାହାଲ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଅମିତା ଜେନା, ମନ୍ଦିର ପରିଚାଳନା କମିଟି ର ସଭାପତି ପୃଥିରାଜ ପୁଟେଲ,ମନ୍ଦିର ପୂଜକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
Ad..
ଏଠାରେ ଅମୃତ ଧାରା ହେବା ପରେ ବାଟୋଇ ଓ ଶ୍ରଦ୍ଧାଳୁ।ମାନେ ପାଣି ସୁବିଧା ରେ ପିଇ ପାରିବେ ।ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Edited by k.s thakur...



