କଣ୍ଟାବାଞ୍ଜିରେ ତିନି ଦିନିଆ ଜନଗଣନା ୨୦୨୭ ତାଲିମ ଶିବିର ଉଜ୍ଜାପିତ...

କଣ୍ଟାବାଞ୍ଜିରେ ତିନି ଦିନିଆ ଜନଗଣନା ୨୦୨୭ ତାଲିମ ଶିବିର ଉଜ୍ଜାପିତ...



କଣ୍ଟାବାଞ୍ଜି,୩୦/୦୩ : କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ଆୟୋଜିତ ଜନଗଣନା ୨୦୨୭ ସମ୍ବନ୍ଧୀୟ ତାଲିମ ଶିବିର ଶନିବାର ଉଜ୍ଜାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି ଶିବିରରେ ଗୃହ ଗଣନା କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

Ad..



ଏହି ତାଲିମ କାର୍ଯ୍ୟକ୍ରମକୁ ଚାର୍ଜ ଅଫିସର ଛବି ପୋଡ଼ ସଂଯୋଜନା କରିଥିଲେ। ତାଲିମ ଦାତା ଭାବେ ଦିନେଶ ମହାନନ୍ଦ ଏବଂ ମୁକେଶ କୁମାର ଦାସ ଯୋଗଦେଇ ଗଣନାକାରୀମାନଙ୍କୁ ଆଗାମୀ ଜନଗଣନା ପାଇଁ ପ୍ରସ୍ତୁତ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର ଅମିନ କିଶୋର ସୁନା ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

      Ad..


ଏହି ଶିବିରରେ ମୋଟ ୫୪ ଜଣ ଗଣନାକାରୀ ଏବଂ ୮ ଜଣ ସୁପରଭାଇଜର ଅଂଶଗ୍ରହଣ କରିଥିଲେ। ତାଲିମ ସମାପ୍ତ ହେବା ପରେ ସମସ୍ତ ଗଣନାକାରୀ ଘରକୁ ଘର ଯାଇ ଅଭ୍ୟାସମୂଳକ ଭାବେ (Field Practice) ନିଜ ନିଜ ମୋବାଇଲ୍ ମାଧ୍ୟମରେ ଗୃହ ଗଣନା କାର୍ଯ୍ୟ ସମ୍ପାଦନ କରିଥିଲେ। ଡିଜିଟାଲ୍ ମାଧ୍ୟମରେ କିଭଳି ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କରାଯିବ, ସେ ନେଇ ଏହି କ୍ଷେତ୍ର ପରିଦର୍ଶନ ସମୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post