ଚଟୁଅନକା ମାଝୀ ପଡ଼ାରେ ୧୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ...

ଚଟୁଅନକା ମାଝୀ ପଡ଼ାରେ ୧୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ...


କଣ୍ଟାବାଞ୍ଜି,୩୧/୦୩(ନି.ପ୍ର): କଣ୍ଟାବାଞ୍ଜି ସହର ନିକଟ ସ୍ଥିତ ଚଟୁଅନକା ଗ୍ରାମ ସ୍ଥିତ ମାଝୀ ପଡ଼ାରେ ୩୪ତମ ୧୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ବିଗତ ୨୭  ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ୧୬ ପ୍ରହର ନାମ ଯଜ୍ଞର ଆୟୋଜନ କରାଯାଇଥିଲା।

Ad..


ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ଛନ୍ଦା ଚରଣ ମିଶ୍ର,ଲଳିତ ମିଶ୍ର ଓ ପ୍ରସନ୍ନ ଦାଶ ଦାୟିତ୍ଵ ଗ୍ରହଣ କରିଥିଲେ।ଦୈନିକ ସହ ସହ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ନାମ ସଙ୍କୀର୍ତ୍ତନ ଯଜ୍ଞ ରେ ଦର୍ଶନ ପୂଜନ ସହିତ ଅନ୍ନ ଭୋଗ ଗ୍ରହଣ କରିଥିଲେ।

    Ad..


ସେହିପରି ୧୬ ପ୍ରହର ନାମ ଯଜ୍ଞ ଆୟୋଜକ କମିଟି ସଭାପତି ଧନୁର୍ଜ ମାଝୀ,ଉପ ସଭାପତି ମହେନ୍ଦ୍ର ମାଝୀ,ସମ୍ପାଦକ ଡୋଳାମଣି ପୁଟେଲ,ସହ ସମ୍ପାଦକ ପ୍ରଦୀପ ପୁଟେଲ, ରଇସିଂ ପୁଟେଲ,ପରିଚାଳନା କମିଟି ରେ ବାଳକୃଷ୍ଣ ପୁଟେଲ, ବୈକୁଣ୍ଠ ପୁଟେଲ,ପୂର୍ଣ୍ଣଚନ୍ଦ୍ର ନିଆଲ,ଦୟାସାଗର ପୁଟେଲ,ଚମ୍ଭରୁ ମାଝୀ,ସହଦେବ ମାଝୀ,ଗଣେଶ ପୁଟେଲ,କାର୍ଯ୍ୟକର୍ତ୍ତା ସହଯୋଗୀ ଭାବେ ବଳୁଚନ ମାଝୀ, ହୀରା କୈବର୍ତ୍ତ,କାଳିଆ ବାଗ, ବାରେଷ ପୁଟେଲ, ଦିଲୀପ ଦାସ, ପଲେଶ୍ୱର୍,ବିଶି ପୁଟେଲ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ।



Edited by k.s thakur...

Post a Comment

Previous Post Next Post