ମହିଳା ସମିତିର ପାକ୍ଷୀକ ବୈଠକ ଅନୁଷ୍ଠିତ...
ବରଗଡ଼,୧୫/୦୨: ଶନିବାର ସମିତିର ପାକ୍ଷୀକ ବୈଠକ ସଭାନେତ୍ରୀ ଅଞ୍ଜନା ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦିକା ସୁଧାଂଶୁ ବାଲା ଦାଶ, ମମତା ମିଶ୍ର ଓ ଇନ୍ଦ୍ରାଣୀ ଶତପଥୀ ଆଗତ କରିଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା।
Ad..
ସୁନିତା କର, ରାଧାରାଣୀ ମିଶ୍ର, ଡ଼ା. କମଳିନୀ ଦାଶ, ପଦ୍ମିନୀ ସାହୁ, ତନିମା ଦାଶ, ବାସନ୍ତୀ ଗଡତିଆ, ପ୍ରଣତି ପ୍ରଧାନ, ମଞ୍ଜୁ ପ୍ରଧାନ, ଭାରତୀ ମିଶ୍ର, ନିବେଦିତା ପୁଝାରୀ, ମାମୀ ମିଶ୍ର, କବିତା ଦେବତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପୁଲୱାମା ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି...
୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମା ଆକ୍ରମଣରେ ସର୍ବୋତ୍ତମ ବଳିଦାନ ଦେଇଥିବା ୪୦ ଜଣ CRPF ଯବାନଙ୍କୁ ବରଗଡ଼ ମହିଳା ସମିତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମେ ସେମାନଙ୍କ ସାହସ, ବୀରତ୍ୱ ଏବଂ ଦେଶ ପ୍ରତି ସମର୍ପଣକୁ ସଲାମ କରୁ। ସେମାନଙ୍କର ସ୍ମୃତି ଆମକୁ ଆତଙ୍କବାଦ ବିରୁଦ୍ଧରେ ଏବଂ ଏକ ସୁରକ୍ଷିତ ବିଶ୍ୱ ପାଇଁ ଏକତ୍ରିତ ହେବାକୁ ପ୍ରେରଣା ଦେଉ।
ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି...
ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିଗିଡି ଯାଇଥିବା ଲୋକଙ୍କ ଅନୁଭବ ସହ ବରଗଡ଼ ମହିଳା ସମିତି ସମାନୁଭବତା ପ୍ରକାଶ କରେ। ମୁଖ୍ୟତଃ ବରଗଡ଼ ଜିଲ୍ଲା ମହକୁମାର ସ୍ଥିତି ସବୁଠୁ ଅଧିକ ଚିନ୍ତାଜନକ। ଅବାଧ ମାଦକ ଦ୍ରବ୍ୟର କାରବାର ଯୋଗୁଁ ଯୁବ ସମାଜକୁ ନଷ୍ଟ ଭ୍ରଷ୍ଟ କରାଯାଉଛି।
ଏ ସମ୍ପର୍କରେ ଆମ ସମିତି ପକ୍ଷରୁ ଦୁଇ ବର୍ଷ ହେଲା ବିଭିନ୍ନ ସମୟରେ ପୋଲିସ ପ୍ରଶାସନକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପୂର୍ବରୁ ଲିଖିତ ଅନୁରୋଧ ମଧ୍ୟ କରାଯାଇଥିଲା। ମାତ୍ର ଗୁରୁତ୍ଵ ଦିଆଗଲା ନାହିଁ। ଯାହାର ପରିଣତିରେ ଆଜି ଗୋଷ୍ଠୀ କନ୍ଦଳ, ହତ୍ୟା, ଚୋରି ଆଦି ଘଟଣା ବୃଦ୍ଧି ପାଇ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ଚିନ୍ତା ଜନକ ସ୍ତରକୁ ପହଞ୍ଚି ଯାଇଛି।
ଛାତ୍ରୀ ଯୁବତୀ ମାନଙ୍କୁ ଅସାମାଜିକ ନିଶାଖୋର ମାନଙ୍କ ଦ୍ଵାରା ପୀଡ଼ିତ ହେବା ଘଟଣା ସହରରେ ପ୍ରତି ଦିନ ଘଟି ଚାଲିଥିବାରୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୋଲିସର ନିଷ୍କ୍ରିୟତା ଯୋଗୁଁ ଅପରାଧିକ ତତ୍ୱଙ୍କ ପାଇଁ ବରଗଡ଼ ସହର ଭୂସ୍ବର୍ଗ ପାଲଟିଛି।
ଏହି ସହରରେ ଏକ ମହିଳା ଥାନା ପ୍ରତିଷ୍ଠା କରାଯିବାକୁ ଆମ ସମିତି ପକ୍ଷରୁ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଦାବି ପତ୍ର ଦେଇ ଅନୁରୋଧ ମଧ୍ୟ କରାଯାଇଥିଲା। ମାତ୍ର ବର୍ଷାଧିକ କାଳ ବିତି ଯାଇଥିଲେ ସୁଦ୍ଧା ସେ ଦିଗରେ ପ୍ରଶାସନ କିଛି ପଦକ୍ଷେପ ନେଲେ ନାହିଁ। ମହିଳା ମାନଙ୍କ ସୁରକ୍ଷା ପାଇଁ ମହିଳା ଥାନାର ଜରୁରୀ ଆବଶ୍ୟକତା ରହିଛି।
ସ୍ଥାଣୁ ପାଲଟିଥିବା ଜିଲ୍ଲା ପୋଲିସ ବିଭାଗକୁ ନେଇ ମହିଳା ସମିତି ଚିନ୍ତା ପ୍ରକଟ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରୁଛି। ବର୍ତ୍ତମାନ ସ୍ଥିତିରେ ବରଗଡ଼ ଜିଲ୍ଲା ଓକିଲ ସଂଘର ଦାବି ସମୂହ କୁ ବରଗଡ଼ ମହିଳା ସମିତି ସମର୍ଥନ ଜ୍ଞାପନ ପୂର୍ବକ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ବରଗଡ଼ ଜିଲ୍ଲାରେ ଅବସ୍ଥାପିତ କରିବାକୁ ଆଜିର ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଉଛି।
ମାତ୍ରୁ ନିକେତନକୁ ସରକାର ନିଜ ହାତକୁ ନିଅନ୍ତୁ...
ଚଳିତ ବର୍ଷ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗୀରୀଙ୍କ ଆମେ ଜନ୍ମ ଶତ ବାର୍ଷିକୀ ପାଳନ କରୁଛୁ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବରଗଡ଼ ମହିଳା ସମିତିର ୩୫ ଜଣିଆ ପ୍ରତିନିଧି ଦଳ ନିକଟରେ ପାଇକମାଳ, ନୃସିଂହନାଥ ପରିଦର୍ଶନରେ ଯାଇଥିଲେ।
ସେମାନେ ପାର୍ବତୀ ଗିରିଙ୍କ ଦ୍ବାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତ୍ରୁନିକେତନ ପରିଦର୍ଶନ ସମୟରେ ଅନେକ ଅବ୍ୟବସ୍ଥା ଓ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଏହି ଆଶ୍ରମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେବା ଠାରୁ ଦୂରେଇ ବ୍ୟକ୍ତିଗତ ମାଲିକାନା ଜାହିର କରିବା ଭଳି ପରିଚାଳନା ଏ ଅନୁଷ୍ଠାନକୁ ଅବିଳମ୍ବେ ଅନ୍ଧାର ମଧ୍ୟକୁ ଠେଲି ଦେବାକୁ ଯାଉଛି ବୋଲି ପ୍ରତିନିଧି ଦଳ ହୃଦବୋଧ କରି ନିରାଶା ନେଇ ଫେରିଥିଲେ।
ଏହି ଆଶ୍ରମର ସମୂର୍ଣ୍ଣ ପରିଚାଳନା ଭାର ରାଜ୍ୟ ସରକାର ନିଜ ହାତକୁ ନେଲେ ଜନ୍ମ ଶତ ବାର୍ଷିକୀରେ ବଡ଼ମାଁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବରଗଡ଼ ମହିଳା ସମିତି ନିବେଦନ ଜଣାଏ।
ବରଗଡ଼ ଧନୁଯାତ୍ରାକୁ ବିଶ୍ଵ ସ୍ତରୀୟ ମାନ୍ୟତା ପ୍ରଦାନ କରାଯାଉ...
ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବରେ ପ୍ରଶଂସିତ ବରଗଡ଼ର ଧନୁଯାତ୍ରା, ଓଡ଼ିଶାର ଏକ ଅନନ୍ୟ ଏବଂ ଜୀବନ୍ତ ସାଂସ୍କୃତିକ ପରମ୍ପରା ଯାହା ମହାକାବ୍ୟ ମହାଭାରତର ଏପିସୋଡ୍, ବିଶେଷକରି ଭଗବାନ କୃଷ୍ଣଙ୍କ ଜୀବନ ଏବଂ ସମୟକୁ ସ୍ପଷ୍ଟ ଭାବରେ ପୁନଃପ୍ରଦର୍ଶନ କରେ।
ସ୍ଥାନୀୟ ଅଂଶଗ୍ରହଣ, ସାମୂହିକ ସ୍ମୃତି ଏବଂ ଲୋକ ପରମ୍ପରାରେ ଗଭୀର ଭାବରେ ନିହିତ, ଏହି ମହୋତ୍ସବ ଅଭୂତପୂର୍ବ ସ୍ତରରେ ରଙ୍ଗମଞ୍ଚ, ଭକ୍ତି, ସାମୁହିକ ସମ୍ପୃକ୍ତି ଏବଂ ସାଂସ୍କୃତିକ ପ୍ରକାଶନକୁ ମିଶ୍ରଣ କରେ।
ଏହି ଅସାଧାରଣ ଉତ୍ସବ ଶାନ୍ତି, ସୌହାର୍ଦ୍ଦ୍ୟ, ସହନଶୀଳତା ଏବଂ ସାମୂହିକ ସହାବସ୍ଥାନର ସାର୍ବଜନୀନ ମୂଲ୍ୟବୋଧକୁ ପ୍ରତିପାଦିତ କରେ, ଯାହା UNESCOର ମୂଳ ନୀତି ସହିତ ଦୃଢ଼ ଭାବରେ ପ୍ରତିଧ୍ୱନିତ ହୁଏ।
ବିଶ୍ୱ ସ୍ତରରେ ଏହାର ସ୍ୱୀକୃତି କେବଳ ଏହାର ଅସାଧାରଣ ସାଂସ୍କୃତିକ ଗୁରୁତ୍ୱକୁ ସ୍ୱୀକାର କରିବ ନାହିଁ ବରଂ ଏହି ଜୀବନ୍ତ ଐତିହ୍ୟର ସୁରକ୍ଷା ଏବଂ ଆନ୍ତଃପିଢ଼ିଗତ ପ୍ରସାରଣ ସୁନିଶ୍ଚିତ କରିବା ସହିତ ଆନ୍ତଃସାଂସ୍କୃତିକ ଆଲୋଚନା, ପାରସ୍ପରିକ ବୁଝାମଣା ଏବଂ ବିଶ୍ୱ ସାଂସ୍କୃତିକ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ।
ବରଗଡ଼ ଧନୁଯାତ୍ରା ମହୋତ୍ସବର ନାମାଙ୍କନ ପାରମ୍ପରିକ ସାଂସ୍କୃତିକ ଅଭିବ୍ୟକ୍ତିର ଦୃଶ୍ୟମାନତା ବୃଦ୍ଧି କରିବ ଏବଂ ବିଶ୍ୱବ୍ୟାପୀ ସାଂସ୍କୃତିକ ବିବିଧତା ପ୍ରତି ସମ୍ମାନ ବୃଦ୍ଧି କରିବା ପାଇଁ UNESCO ଅମୁଲ୍ୟ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସମ୍ମିଳନୀର ଉଦ୍ଦେଶ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ୱିତ। ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଧନୁଯାତ୍ରାର ବିଶ୍ୱବ୍ୟାପୀ ସ୍ୱୀକୃତି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ଉପଯୁକ୍ତ ଅନ୍ତର୍ଜାତୀୟ ଧ୍ୟାନ ଆଣିବ।
ଆମେ ଏହି ମହାନ ପଦକ୍ଷେପକୁ ଆମର ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁ ଏବଂ ବିଶ୍ୱାସ କରୁ ଯେ ଏହାର ସଫଳ ମନୋନୟନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
Report : Bijay ku sahu
Edited by k.s thakur...


