‘ସଂକଳ୍ପ ପରିବାର’ ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ...

‘ସଂକଳ୍ପ ପରିବାର’ ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ...


ବରଗଡ଼,୧୫/୦୨(ବିଜୟ କୁମାର ସାହୁ): ବିଗତ କାଲି ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କିନ୍ତୁ ଦେଶପ୍ରେମ ଓ ମାନବିକତାର ପରିଚୟ ସୃଷ୍ଟି କରିଥିବା ବରଗଡ଼ର ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ପରିବାର’ ପକ୍ଷରୁ ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

Ad..


ଦେଶ ଓ ମାଁ ମାଟି ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବରଗଡ଼ ଜିଳ୍ଲାର ଶହୀଦ ଯବାନ ମାନଙ୍କ ପରିବାର ସହିତ ଶ୍ରଦ୍ଧାପୂର୍ଣ୍ଣ ଏବଂ ସମ୍ବେଦନଶୀଳ  ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

2019 ମସିହାରେ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ୪୦ ଜଣ ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ବରଗଡ଼ ଜିଲ୍ଲାର ସହୀଦ ପରିବାରମାନଙ୍କୁ ସମ୍ମାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନୁଷ୍ଠାନର ଆରମ୍ଭରେ ସଭାପତି ଓ ଅତିଥିବୃନ୍ଦଙ୍କ ଦ୍ୱାରା ସହୀଦ ଯବାନମାନଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ବଳିଦାନକୁ ସ୍ମରଣ କରାଯାଇଥିଲା । ପରେ ମାଁ ସମଲେଶ୍ୱରୀଙ୍କ ଚରଣେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସମସ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ମାଧ୍ୟମରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସମର୍ପଣ କରିଥିଲେ ।

ଏହି ପବିତ୍ର ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ମାନ୍ୟବର ବିଧାୟକ, ବରଗଡ଼ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗୃହିତ କରଯାଇ ସହିଦ ବୀର ଯବାନ ମାନଙ୍କୁ ସମର୍ପିତ କରାଯାଇଥିଲା।

 କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସଭାପତି ବିକାଶ ଅଗ୍ରୱାଲ ମଞ୍ଚରେ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଆଜିର ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଦେଶ ମାତୃଭୂମି ପାଇଁ ଜୀବନ ବଳିଦାନ କରିଥିବା ବୀର ସୈନିକ ମାନଙ୍କ ତ୍ୟାଗ ଓ ସାହସ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାସ୍ରୋତ ରୂପେ ରହିବ। 

ଆହୁରି ମଧ୍ୟ ବରଗଡ଼ ବିଧାୟକ କହିଥିଲେ ଯେ ଆଜିକାର ଦିନରେ ବରଗଡ଼କୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ବଦ୍ଧ୍ ହେବାକୁ ଆହ୍ଵାନ କରିଥିଲେ ।  ଅତିଥି ଭାବେ ଶ୍ରୀ ଜନବ୍ଲାକ୍ (ସିଆରପିଏଫ), ବ୍ୟଙ୍ଗ କବି ନୀତିଶ ଆଚାର୍ଯ୍ୟ ଓ ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ଭୀଷ୍ମଦେବ ସରାଫ ତାଙ୍କ ଉଦ୍ବୋଧନରେ ଦେଶପ୍ରେମ, ତ୍ୟାଗ ଓ ସମାଜସେବାର ମୂଲ୍ୟବୋଧକୁ ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ପ୍ରାଧାପକ ଶ୍ରୀ ସୁଜିତ ପୃଷେଠ, Indian Institute of Management Sambalpur ତାଙ୍କ ଭାଷଣରେ ଯୁବସମାଜକୁ ରାଷ୍ଟ୍ରନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଜଣାଇଥିଲେ।

ଏହାପରେ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଦେଶାତ୍ମବୋଧକ ସାହିତ୍ୟିକ ଓ ସାଂସ୍କୃତିକ ପରିବେଷଣ। ସଂକଳ୍ପ ପରିବାରର ସଦସ୍ୟ ଦେବାଶିଷ ଡାଙ୍ଗ ଓ ତରୁଣ ପଟେଲ ଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଳାପ, ସାୟରି , ଏମ ଡି ତଫିକ ଖାନ ଙ୍କ ଦେଶାତ୍ମବୋଧକ ସଙ୍ଗୀତ ଦେଶପ୍ରେମ ଭାବନାରେ ସମସ୍ତଙ୍କୁ ବିଭୋର କରିଦେଇଥିଲା । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଦ୍ଵାରା ଦେଶପ୍ରେମ୍ ସଙ୍ଗୀତ ଓ ଶିଶୁ ମାନଙ୍କ ଦ୍ଵାରା ଦେଶ ପ୍ରେମ ନୃତ୍ୟ ପରିବେଷଣ ଯାହା ସଭାସ୍ଥଳୀରେ ଉପସ୍ଥିତ ଦର୍ଶକମାନଙ୍କ ମନୋଭାବକୁ ଦେଶପ୍ରେମର ଉତ୍ସାହରେ ଭରିଦେଇଥିଲା। “ଭାରତ ମାତା କି ଜୟ” ଓ “ଶହୀଦ ଜବାନ ଅମର ରହେ” ଧ୍ୱନିରେ ସମଗ୍ର ପରିବେଶ ଗୁଞ୍ଜି ଉଠିଥିଲା।

ଏହି ଅବସରରେ ସଂକଳ୍ପ ପରିବାର ପକ୍ଷରୁ ବରଗଡ଼ର ଫିଯିକାଲ ଏକାଡେମୀ ପ୍ରତିଷ୍ଠାତା ଶ୍ରୀ ସୁରେଶ କୁମାର ଦାଶ ଙ୍କୁ, ସମ୍ବଲପୁର ଜିଲ୍ଲାର ଏବିସିଡ଼ି ଚେରିଟେବଲ ଟ୍ରଷ୍ଟକୁ  ଓ ସୋହେଲାର ବିପ୍ଲବୀ କବି ଶ୍ରୀ ନିତିଶ ଆଚାର୍ଯ୍ୟଙ୍କୁ ‘ସଂକଳ୍ପ ସେବା ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ଏହା ସହିତ ବରଗଡ଼ ଜିଲ୍ଲାର ୧୧ ଜଣ ସହିଦ ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରାଯାଇଥିଲା । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନର ସହୀଦ ଯବାନମାନଙ୍କ ପରିବାରଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କ ଅତୁଳନୀୟ ତ୍ୟାଗ ପ୍ରତି ସମାଜର କୃତଜ୍ଞତା ପ୍ରକାଶ କରାଯାଇଥିଲା।ବରଗଡ଼ର ସହିଦ ପରିବାର ମାନେ ହେଲେ 

ଶହୀଦ ଗଙ୍ଗାଧର ଦଳେଇ - ବରାହମୁଣ୍ଡା (ଜହ୍ନାପଡା, ଅତାବିରା ), ଶହୀଦ କୌଶଳ କିଶୋର ପ୍ରଧାନ (ବାବାଜୀମଠ , ଅତାବିରା ), ଶହୀଦ ନିଲାଞ୍ଚଳ ପଟେଲ (ବାଘପାଳି,ଭେଡେନ ) ଶହୀଦ ପଦ୍ମଲୋଚନ ମାଝି (ସିମେଣ୍ଟ ନଗର, ବରଗଡ ), ଶହୀଦ ଦେବେନ୍ଦ୍ର ପଣ୍ଡା (କୁଡ଼ାପାଳି,ଅତାବିରା), ଶହୀଦ ପ୍ରକାଶ ସାହୁ (କଟାପାଳି,ବରଗଡ )ଶହୀଦ ରଞ୍ଜନ ଦାଶ (ଖଣ୍ଡତା,ବରଗଡ ),ଶହୀଦ ତୁକେଶ୍ଵର ଭୋଇ (ନୂଆଗଡ଼,ଭଟଲି ), ସହିଦ ସଞ୍ଜୟ ବାଗ (କୁଦୋପାଲି ,ଭେଡେନ), ସହିଦ ଖଗେନ୍ଦ୍ର ମହାପାତ୍ର( ଗୋଡଭଗା,ଅତାବିରା),ସହିଦ ଗୁରୁବାରୁ ଖଡ଼ିଆ (ଅମ୍ଳୀପାଲି, ଅତାବିରା)।

ସମଗ୍ର ଅନୁଷ୍ଠାନ ଭାବବିହ୍ୱଳ ଓ ସମ୍ବେଦନଶୀଳ ପରିବେଶରେ ସଫଳତାର ସହ ପରିସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ନିରାକାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଂକଳ୍ପ ପରିବାରର ଏହି ପ୍ରୟାସ ସହିଦ ବୀରମାନଙ୍କ ସ୍ମୃତିକୁ ଚିରଅମର କରିବା ସହିତ ଯୁବପିଢ଼ୀଙ୍କୁ ଦେଶପ୍ରେମ ଓ ସମାଜସେବାର ପଥରେ ପ୍ରେରିତ କରିଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post