କଣ୍ଟାବାଞ୍ଜି ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୬/୦୨(ନି.ପ୍ର): କଣ୍ଟାବାଞ୍ଜି ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଭାଷିନୀ ମେହେର ସଭାପତିତ୍ବ କରିଥିବା ବେଳେ...
Ad..
ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଶିଧର ନିଆଲ, ମୁଖ୍ୟ ବକ୍ତା କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁବରାଜ ମେହେର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମିନୁ ସୁନା ଓ ସବିତା ମହାନ୍ତି ଯୋଗଦାନ୍ ଦେଇଥିଲେ।
ସହକାରୀ ଶିକ୍ଷକ ସଚିଦା ନନ୍ଦ ପାତ୍ର ମଂଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା ଓ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଂକ ଦ୍ଵାରା ପୁରସ୍କୃତ କରାଯାଇଥିଲା।
Edited by k.s thakur...
Tags:
annual function
kantabanji
latest news
latest update
nuapada primary school
odisha daily current affairs
odisha news


