ବିଛୁବାହାଲି ରେ ମହାଶିବରାତ୍ରୀ ଉତ୍ସବ ପାଳିତ...
ବେଲପଡ଼ା,୧୫/୦୨ : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅନ୍ତର୍ଗତ ବିଛୁବାହାଲି ଗାଁର ଜବଡ଼ାଯୋର ଚିରାଘାଟ ଚେକଡେମ କଲମବାହାଲ ସ୍ଥିତ ଶିବମନ୍ଦିରରେ ଶିବରାତ୍ରୀ ଉତ୍ସବ ପାଳିତ ହୋଇଯାଇଛି। ପୁଝାରୀ କୀର୍ତ୍ତନ ବିନ୍ଧାଣି ଓ ତାଙ୍କ ଧର୍ମପତ୍ନୀ ନମିତା ବିନ୍ଧାଣି କାର୍ଯ୍ୟ ତୁଲାଉଛନ୍ତି।
Ad..
ଏହି ଉତ୍ସବରେ ଯୋଗ ଦେଇଥିଲେ ସୁଲେକେଲା ଗାଁ ସରପଞ୍ଚ ଶ୍ୟାମ ଚିରାଗୁନ ଏବଂ କିଛି ସହଯୋଗ ମଧ୍ୟ କରିଥିଲେ। ପୁଝାରୀ କହିବା ଅନୁସାରେ ଦଶହରା ମାସରୁ ଶିବ ପୂଜା ଆରମ୍ଭ ହୋଇଅଛି ଏବଂ ଆଜି ଦିନ ରୁ 3ଦିନ ପୂଜା ଲାଗି ରହିବ।
ମୁରିବାହାଲ ଗାଁର ଝାଙ୍କର ଧନସିଂ ପହଁରିଆ, କର୍ଣ୍ଣ ବିନ୍ଧାଣି, କେମ ବିନ୍ଧାଣି, କୁନି ବିନ୍ଧାଣି, ରୀନା ବିନ୍ଧାଣି, ରିଙ୍କୁ ବିନ୍ଧାଣି, ଦମୟନ୍ତୀ ବିନ୍ଧାଣି, ଏବଂ ଗାଁର ଭକ୍ତମାନେ ହେଲେ ଡିଙ୍ଗର ମାଝୀ, ଦେବରାଜ ପୁଟେଲ, ଜୟସିଂ ମାଝୀ, ଗୋକୁଳ ମାଝୀ, ସାମ୍ବାଦିକ ତ୍ରିନାଥ ବାଗ, ପଣ୍ଡରିଯୋର ଗାଁର ଭଗବାନ ବାଗ ଓ ଧବଲେଶ୍ୱର ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
belpada
bichhubahali
latest news
latest update
maha Shivaratri
odisha daily current affairs
odisha news


