ଆଇଁଲାପାଲି ଗ୍ରାମ ଠାରେ ଅଷ୍ଟପ୍ରହରି ନମାଯଜ୍ଞ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ମାର୍ଚ୍ଚ ମାସ ଚବିଶ ପ୍ରହରୀ ଆୟୋଜନ...
ବରଗଡ,୨୮/୦୨(ବିଜୟ କୁମାର ସାହୁ):ସୋହେଲା ଥାନା ଅନ୍ତର୍ଗତ ଆଇଁଲାପାଲି ଗ୍ରାମ ଠାରେ ଅଷ୍ଟପ୍ରହରି ନମାଯଜ୍ଞ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ମାର୍ଚ୍ଚ ମାସ ଫାଲଗୁନ ପୂର୍ଣ୍ଣିମା ତିଥୀ ୩/୩/୨୦୨୬ ଠାରୁ ୬/୩/୨୦୨୬ ପର୍ଯ୍ୟନ୍ତ ଚବିଶ ପ୍ରହରୀ ଆୟୋଜନ କରାଯାଉଛି।
Ad..
ଏହି ଉପଲକ୍ଷେ ୧୦୦ ବର୍ଷ ସ୍ମାରକି ସ୍ୱରୂପ ଗୌର ନିତ୍ୟା ମଣ୍ଡଳୀର ନବୀକରଣ ସହ ଏହାର ପ୍ରତିଷ୍ଠା ଗତ ୨୦/୨/୧୦୨୬ ରେ ଅତି ଉଲ୍ଲାସର ସହ ସମ୍ପୂର୍ଣ୍ଣ ହୋଇ ଯାଇଛି। ଏହି ଉତ୍ସବ ଉପଲକ୍ଷେ ଅୟୋଜନ କମିଟି ଏକ ପ୍ରାରମ୍ୱିକ ସଭା ଆୟୋଜନ କରି ଥିଲେ ଏବଂ ଏହାକୁ ଶାନ୍ତି ଶୃଙ୍ଗଲା ସହ ସଂପାଦନ କରିବା ନିମନ୍ତେ ଗ୍ରାମର ମୁଖ୍ୟ ବ୍ୟକ୍ତି ଓ ମହିଳା ଗଣ ମତବ୍ୟକ୍ତ କରିଥିଲେ।
Ad..
ପ୍ରକାଶ ଥାଉ କି ଗ୍ରାମର ଗୌନ୍ତିଆ ସ୍ବର୍ଗତ ଶ୍ରୀଯୁକ୍ତ ତ୍ରିଲୋଚନ ସେନାପତି ପଶ୍ଚିବଙ୍ଗର ନଦୀଆ ଗ୍ରାମ ପରିଦର୍ଶନ ସହ ଗ୍ରାମରେ ୧୯୨୬ ମସିହାରେ ଗୌରାଙ୍ଗ ମହାପ୍ରଭୁଙ୍କ ସ୍ମରଣ କରି ଏହି ସଙ୍କୀର୍ତ୍ତନ ପ୍ରାରମ୍ଭ କରିଥିଲେ। ସେହି ଦୀନ ଠାରୁ ଏହା ଅଦ୍ୟାବଧୀ ଗ୍ରାମବାସୀଙ୍କ ସହଯୋଗ ଓ ପ୍ରଚେଷ୍ଟାରେ ଚାଲି ଆସିଛି ।
ଏହି ସଙ୍କୀର୍ତ୍ତନ ପ୍ରାରମ୍ଭ ଦ୍ୱାରା ଗୌନ୍ତିଆଙ୍କ ପୂତ୍ରପ୍ରାପ୍ତି ସହ ଗ୍ରାମର ଅନ୍ୟାନ୍ୟ ଅଘଟଣ ଗୁଡ଼ିକ ପ୍ରଶମିତ ହୋଇଛି ବୋଲି ବୋୟୋଜ୍ୟେଷ୍ଟ ବ୍ୟକ୍ତି ମତ ପ୍ରକାଶ କରନ୍ତି। ଏହା କେବଳ ଏକ ଉତ୍ସବ ନହୋଇ ଗ୍ରାମରେ ଧାର୍ମିକ ଓ ସାମାଜିକ ଚିନ୍ତା ଚେତନାର ଏକ ସ୍ତୋତ ରୁପେ ପ୍ରତୀପାଦୀତ ଏହି ଉତ୍ସବ ପ୍ରତିବର୍ଷ ଫାଲଗୁନ ପୂ୍ଣ୍ଣିମାରେ ପ୍ରାରମ୍ଭ ହୋଇ ଥାଏ ।
ବର୍ତ୍ତମାନ ଏହାର କର୍ତ୍ତା ରୁପେ ଗୌନ୍ତିୟାଙ୍କ ପୌତ୍ର ଶ୍ରୀ ରଘୁରାଜ ସିଂ ସେନାପତି ଓ ଶ୍ରୀମତି ହିମାଦ୍ରି ସେନାପତି କାର୍ଯ୍ୟଭାର ତୁଲାଇ ଛନ୍ତି । ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବାତାବରଣରେ ଏହି ଉତ୍ସବ ଗ୍ରାମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ।
Report : Bijay ku sahu
Edited by k.s thakur...
Tags:
100 years
ayelapali
Bargarh
latest news
latest update
nam sankirtan
odisha daily current affairs
odisha news



