ଚାରପାଣି ଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ...
ମୁରିବାହାଲ/ତୁରେକେଲା,୨୮/୦୨(ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଚାରପାଣି ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Ad..
ସଙ୍କୀର୍ତ୍ତନ ବାଦ୍ୟ ଶହ "ହରେ କୃଷ୍ଣ ହରେ ରାମ" ନାମ ନେଇ ଚାରପାଣି ଗ୍ରାମର ଶତାଧିକ ମହିଳା ଉକ୍ତ କଳସ ଶୋଭାଯାତ୍ରାରେ ବାହାରି ଗାଁ ପୋଖରୀରୁ ପାଣି ଆଣି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।
Ad..
ଚଳିତ ବର୍ଷ ଅନୁଷ୍ଠିତ ଅଷ୍ଟ ପ୍ରହରୀ ନାମଯଜ୍ଞାରେ କର୍ତ୍ତା ରୂପେ ବେଣୁଧର ନିଆଲ ଓ ତାଙ୍କ ଧର୍ମପତ୍ନୀ ବିଳାସିନୀ ନିଆଲ,ପୂଜକ ସୀତାରାମ ମିଶ୍ର ଓ ଟୁନା ମିଶ୍ର ଦାୟିତ୍ଵ ନିର୍ବାହ କରୁଛନ୍ତି।
ରବିବାର ସକାଳ ୮:୩୦ମିରେ ଚାରପାଣି ଗ୍ରାମର ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ନାମ ଆରମ୍ଭ ହେବ ବୋଲି ଜଣାପଡିଛି। ଆୟାଯୋକ ଗୌତିୟା ପରିବାର ତଥା ତାଙ୍କୁ ଗ୍ରାମବାସୀ ସହଯୋଗ କରିଥିଲେ।
Report : Shankar majhi
Edited by k.s thakur...
Tags:
badbanki
latest news
latest update
naam jagyan
odisha daily current affairs
odisha news
turekela



