ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଅନୁସନ୍ଧାନ ସମିତିର ମହାବିଦ୍ୟାଳୟ ପରିଦର୍ଶନ...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଅନୁସନ୍ଧାନ ସମିତିର ମହାବିଦ୍ୟାଳୟ ପରିଦର୍ଶନ...


କଣ୍ଟାବାଞ୍ଜି,୨୮/୦୨ : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ମହାବିଦ୍ୟାଳୟ ଉନ୍ନୟନ ପରିଷଦ ତରଫରୁ ଗଠିତ ତିନି ଜଣୀୟା ସ୍ଥାନୀୟ ଅନୁସନ୍ଧାନ ସମିତି ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ , କଣ୍ଟାବାଞ୍ଜି କୁ ମହାବିଦ୍ୟାଳୟ କୁ  ୨୦୨୫-୨୬ ବର୍ଷ ପାଇଁ ସହବନ୍ଧନ ଦେବା ନିମନ୍ତେ ପରିଦର୍ଶନ ରେ ଆସିଥିଲେ। 

Ad..


ଉକ୍ତ ସମିତି ରେ ଦର୍ଶନ ଶାସ୍ତ୍ର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ରାଜ କିଶୋର ପାତ୍ର,ଅର୍ଥନୀତି ସହକାରୀ ପ୍ରଧ୍ୟାପିକା ଶ୍ରୀମତୀ ସସ୍ମିତା ମେହେର ଓ କ୍ଷିପ୍ରିଲିପୀ ସରୋଜ କୁମାର ସାହୁ , ମହାବିଦ୍ୟାଳୟ କୁ ପରିଦର୍ଶନ କରି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଠାରୁ ମହାବିଦ୍ୟାଳୟ ର ସମସ୍ତ କାଗଜ ପତ୍ର ମାଗି ସମୀକ୍ଷା କରିଥିଲେ। 

Ad..


ବିଭିନ୍ନ ଶ୍ରେଣୀ ଗୃହକୁ ଯାଇ ଛାତ୍ରୀ ମାନଙ୍କ ସହ ମତ ବିନିମୟ କରି ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ମିଳୁଥିବା ଶ୍ରେଣୀଗୃହ ପାଠ ପଢା ସହିତ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ, ପାଠାଗାର କୁ ଯାଇ ଗ୍ରନ୍ଥାଗାର ରକ୍ଷକ ଓ ସହାୟିକା ଙ୍କୁ ପାଠାଗାର ରେ କେମିତି ପୁସ୍ତକ ସଜାଡି ରଖିବା କଥା ଓ କେଉଁ ପ୍ରକାର ର ପୁସ୍ତକ ପାଠାଗାର ରେ ରଖିଲେ ଛାତ୍ରୀ ମାନେ ଉପକୃତ ହେବେ ଉପଦେଶ ଦେଇଥିଲେ। 

ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହିତ ମଧ୍ୟ ମତ ବିନିମୟ କରିଥିଲେ ଏବଂ ପାଠ୍ୟକ୍ରମ କୁ ଠିକ୍ ରୂପରେ ଏବଂ ଠିକ୍ ସମୟରେ ସାରିବା ପାଇଁ ଉପଦେଶ ଦେଇଥିଲେ। ଶେଷରେ ଅଧ୍ୟକ୍ଷ ଙ୍କୁ ମଧ୍ୟ ମହାବିଦ୍ୟାଳୟ ରେ କିପରି ପାଠ ପଢା ସୁଚାରୁ ରୂପେ ପରିଚାଳିତ ହେବ ଏବଂ ଏଥି ପାଇଁ  ଆବଶ୍ୟକ ଅଧ୍ୟାପକ /ଅଧ୍ୟାପିକା ପୂରଣ କରିବା ପାଇଁ ଓ ପାଠାଗାର ରେ ଉପଯୁକ୍ତ ପୁସ୍ତକ ସବୁ ରଖିବା ପାଇଁ ଅନୁରୋଧ କରିଥିଲେ।



Edited by k.s thakur...

Post a Comment

Previous Post Next Post