ବାନ୍ଧନପାଲି ଆଶ୍ରମରେ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ...

ବାନ୍ଧନପାଲି ଆଶ୍ରମରେ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ...


କଣ୍ଟାବାଞ୍ଜି,୨୫/୦୨(ନି.ପ୍ର) : ତୁରେକେଲା ବ୍ଲକ ଅନ୍ତର୍ଗତ ବାନ୍ଧନପାଲି ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ବାର୍ଷିକ ଉତ୍ସବ ମହା ଧୂମଧାମରେ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା...

     Ad..


ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଣ୍ଡା, ରବି ନାରାୟଣ ତ୍ରିପାଠୀ, ସାମ୍ବାଦିକ ତୁଳସୀରାମ ଜଗତ,ସିଆରସିସି ଅନୁପ କୁମାର ଦାସ, ଶିକ୍ଷକ ହୃଦାନନ୍ଦ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗୀନ୍ଦ୍ର ମାଝୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।

ଶିକ୍ଷୟିତ୍ରୀ ନିରୁପମା ଧରୁଆ ସଭା ପରିଚାଳନା କରିଥିଲେ।ସର୍ବ ପ୍ରଥମେ ବିଘ୍ନନାଶକ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପଦୀପ ପ୍ରଦାନ ପୂର୍ବକ ସଭା ଆରମ୍ଭ କରାଯାଇଥିଲା।ଉପସ୍ଥିତ ଅତିଥି ତଥା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।

ଛାତ୍ରଛାତ୍ରୀ ମାନେ ମଞ୍ଚ ସଂଚାଳନ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ।ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଉତ୍ସବକୁ ସଫଳ କରିବାରେ ଶିକ୍ଷୟିତ୍ରୀ ନିଳେନ୍ଦ୍ରୀ ଶବର,ଶୁଭ ଭୋଇ,ରୀତା ଧରୁଆ,ବାସନ୍ତୀ ଭୋଇ,ମୋଟୁରାମ ମାଝୀ ତଥା ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post