ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ...

ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ...


ଭୁବନେଶ୍ବର,୨୫/୦୨(ନି.ପ୍ର): ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି।ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି। 

       Ad..


ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ। ହେଲେ କିଛି ମିଳିଲା ନାହିଁ। ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? 

ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି। ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି।ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ଅନୁରୋଧ କରିଥିଲୁ। କଟନୀ ଛଟନି ବନ୍ଦ କରିବାକୁ କହିଥିଲୁ। ମିଲର ଓ ସରକାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି। 

୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ।୭୨ ଘଣ୍ଟାରେ ଧାନ କିଣା ଯାଉ। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ବିଧାନସଭାରେ ବିଜେଡି ଚାଷୀଙ୍କ ପାଇଁ ସ୍ୱର ଉଠାଉଛି ହେଲେ ସରକାରଙ୍କ ଚାଷୀ ପାଇଁ ଖାତିର ନାହିଁ। 

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କୌଣସି ସରକାରୀ ପରୀକ୍ଷା କରି ପାରୁନି ସରକାର। ରୋଜଗାର ନାହିଁ। ଖାଲି ଜୟ କିଷାନ କହୁଛନ୍ତି ହେଲେ ଚାଷୀ ପାଉଛି କଣ ? କଥା ନୁହେଁ କାମ ଦରକାର।ବିଜେଡି ଚାଷୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ।ବିଜେଡ଼ି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦେବ ବୋଲି ଚରମ ଚେତାବନୀ ଦେଇଛନ୍ତି ନବୀନ ପଟ୍ଟନାୟକ।



Edited by k.s thakur...

Post a Comment

Previous Post Next Post