ବରକୋଳି ଚାଷକରି ଲକ୍ଷପତି ଚାଷୀ ; ଦୂରହେବ ଦାଦନ ସମସ୍ୟା...

ବରକୋଳି ଚାଷକରି ଲକ୍ଷପତି ଚାଷୀ ; ଦୂରହେବ ଦାଦନ ସମସ୍ୟା...


ବେଲପଡ଼ା,୨୪/୦୨: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତର ହଟକଟ ଗାଁରେ ବରକୋଳି (ବୁରୋ ) ଚାଷକରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ। ଗାଁର ଲୋକନାଥ ଭୋଇ ନିଜ ଏକ ଏକର ଜମିରେ ରେଟ୍ କାଶ୍ମୀର ବରକୋଳି ଚାଷ କରିଥିଲେ, ଯେଉଁଥିରୁ ସେ ୪ ଲକ୍ଷ ଟଙ୍କା ରୋଜଗାର କରିଥିବା କହିଛନ୍ତି। 

        Ad..


ସେହିପରି ଗାଁର ଅକ୍ଷୟ ଭୋଇ ମଧ୍ୟ ନିଜ ଅଧା ଏକର ଜମିରେ ବରକୋଳି ଚାଷ କରିଛନ୍ତି।ସେ ମଧ୍ୟ ୧.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ବରକୋଳିର ବେଶ୍ ଚାହିଦା ରହିଥିବା ବେଳେ କେଜି ପ୍ରତି ୮୦ ଟଙ୍କା ରେ ବିକ୍ରୟ କରୁଥିବା ଚାଷୀ କହିଛନ୍ତି।

ତେବେ ଆବଶ୍ୟକ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ସ୍ଥାନୀୟ ପାଟଣାଗଡ଼ ବେଲପଡ଼ା, କଣ୍ଟାବାଞ୍ଜି, ମଣ୍ଡଳ,ଧୂମାଭଟା ଆଦି ବଜାରକୁ ନେଇ ନିଜେ ବିକ୍ରୟ କରିଥିବା କହିଛନ୍ତି। 

ଅନ୍ୟପଟେ କମ୍ ପରିଶ୍ରମକୁ ଅଧିକ ଲାଭ ପାଉଥିବାରୁ ଚାଷୀମାନେ ବେଶ ଖୁସି ଅନୁଭବ କରୁଛନ୍ତି। ଆଗାମୀ ଦିନରେ ଏହି ଅଞ୍ଚଳରେ ବରକୋଳି ଚାଷ ବଢ଼ିଲେ ଦାଦନ ସମସ୍ୟା ଦୁରହେବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।



Edited by k.s thakur...

Post a Comment

Previous Post Next Post