ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ...
କଣ୍ଟାବାଞ୍ଜି,୧୩/୦୨ : ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶ କ୍ରମେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଫେବୃଆରୀ ୪ ତାରିଖରୁ ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା।
Ad..
ଏହି ତାଲିମ ଶିବିରରେ ଜିତୁ ପୃଷ୍ଟି ଓ ସାରଦା ସାହୁ ଦୁଇଜଣ ପ୍ରଶିକ୍ଷକ ଭାବେ ଯୋଗଦାନ କରିକି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ।ଏହି ଶିବିରରେ ୧୮୬ ଜଣ ଛାତ୍ରୀ ଅଂଶ ଗ୍ରହଣ କରିକି ଆତ୍ମ ସୁରକ୍ଷା ବିଷୟରେ ତାଲିମ ନେଇଥିଲେ।ସମସ୍ତ ଛାତ୍ରୀମାନଙ୍କୁ ଚାରୋଟି ଗ୍ରୁପ ରେ ଭାଗ କରାଯାଇ ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଘଣ୍ଟା ଆତ୍ମ ସୁରକ୍ଷା ବିଷୟରେ ତାଲିମ ଦିଆଯାଉଥିଲା।
ଗତ ୪ ଫେବୃଆରୀ ରୁ ଆଠ ଦିନ ପର୍ଯ୍ୟନ୍ତ ସକାଳ ୭-୩୦ ରୁ ୧୧-୩୦ ଯାଏ ଏହି ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ଶ୍ରୀମତୀ ରଞ୍ଜୁ ବନଛୋର ଙ୍କ ତତ୍ୱାବଧାନ ରେ ପରିଚାଳିତ ହୋଇଥିଲା।ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଭାରତୀୟ ସୈନିକ ଶ୍ରୀ କାହ୍ନୁ ଚରଣ ମିଶ୍ର ଯୋଗଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ଆତ୍ମ ସୁରକ୍ଷା ତାଲିମ କେତେ ଜରୁରୀ ସେ ବିଷୟରେ ଉଦବୋଧନ ଦେଇଥିଲେ।
ସେ ତାଙ୍କ ମନ୍ତବ୍ୟରେ ଆତ୍ମ ସୁରକ୍ଷା ଶିବିର ଆମକୁ ଶକ୍ତି ଓ ଆତ୍ମ ବିଶ୍ୱାସ ପ୍ରଦାନ କରିବା ସହିତ ଶୃଙ୍ଖଳିତ ଜୀବନ ବଂଚିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥି ଶ୍ରୀ କାହ୍ନୁ ଚରଣ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ ଓ ଔପଢ଼ୋକନ ଦେଇ ସମ୍ମାନୀତ କରିଥିଲେ।
ଏହି ସଭାରେ ଦୁଇଜଣ ପ୍ରଶିକ୍ଷକ ଶ୍ରୀ ଜିତୁ ପୃଷ୍ଟି ଓ ସାରଦା ସାହୁଙ୍କୁ ମଧ୍ୟ ଅଧକ୍ଷ ସାମ୍ନାନୀତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ସଭାର ପ୍ରାରମ୍ଭରେ ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଶ୍ରୀମତୀ ଧରାଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ସଭାକୁ ଅଧ୍ୟାପକ ଜିତେନ୍ଦ୍ର ସୁନା ପରିଚାଳନା କରିଥିବା ବେଳେ ଶ୍ରୀମତୀ ରଞ୍ଜୁ ବନଛୋର ଧନ୍ୟବାଦ ପ୍ରଦାନ କରିଥିଲେ।ଏହି ଉଦଯାପନୀ ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
Edited by k.s thakur...


