ଜଙ୍ଗଳରେ ଅଗ୍ନିକାଣ୍ଡ ସମ୍ପର୍କିତ ସାମ୍ବାଦି ସମ୍ମିଳନୀ ଅନୁଷ୍ଠିତ...
ବରଗଡ଼,୧୩/୦୨(ବିଜୟ କୁମାର ସାହୁ): ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ବରଗଡ ଜିଲ୍ଲାରେ ଜଙ୍ଗଳରେ ଅଗ୍ନିକାଣ୍ଡ ସମ୍ପର୍କିତ ସାମ୍ବାଦି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ ସାମ୍ବାଦିକ ସମ୍ମିଳନୀ କୁ ଶ୍ରୀ ସରୋଜ କୁମାର ପଣ୍ଡା ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଜଙ୍ଗଳ ରେ ଅଗ୍ନିକାଣ୍ଡ ସମ୍ପର୍କିତ ଉପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
ଉକ୍ତ ସମ୍ମିଳନୀ ଶ୍ରୀ ସରୋଜ କୁମାର ପଣ୍ଡା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତଙ୍କ ଶ୍ରୀ ହରୀଶଙ୍କର ନାୟକ,ଶ୍ରୀ ହରମୋହନ ରଥ ACF,ଓ ସମସ୍ତ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମାନେ ଉପସ୍ଥିତ ଥିଲେ।
ଆସନ୍ତା ଅଗ୍ନିକାଣ୍ଡ ଋତୁକୁ ଦୃଷ୍ଟିରେ ରଖି ବରଗଡ଼ ଅରଣ୍ୟ ବିଭାଗ ତାହାର ବିଭାଗୀୟ ଅରଣ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ସଜାଗ ଓ ସଚେତନ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି। ଏହି ବର୍ଷ ରିଜର୍ଭ ଫରେଷ୍ଟ (RF) ଓ ପ୍ରୋଟେକ୍ଟେଡ୍ ଫରେଷ୍ଟ (PRF) ଅଞ୍ଚଳରେ ମୋଟ ୫୦୭ କି.ମି. ଫାୟରଲାଇନ୍ ସୃଷ୍ଟି ପାଇଁ ଅନୁମୋଦନ ମିଳିଛି। ସେପରି, ସମସ୍ତ ପ୍ଲାଣ୍ଟେସନ୍ ଅଞ୍ଚଳରେ ମଧ୍ୟ ଫାୟରଲାଇନ୍ ତିଆରି କାମ ଚାଲିଛି।
ଅଗ୍ନିନିର୍ବାପଣ ପାଇଁ ଛଅଟି ଫାୟର୍ ସ୍କ୍ୱାଡ୍ ଗଠନ କରାଯାଇ ଜିଲ୍ଲାର ଛଅଟି ରେଞ୍ଜରେ ଯାନବାହନ ସହିତ ନିୟୋଜିତ କରାଯାଇଛି। ସ୍କ୍ୱାଡ୍ ସଦସ୍ୟମାନଙ୍କୁ ସୁରକ୍ଷା ସାମଗ୍ରୀ ପ୍ରଦାନ ସହ ଜଙ୍ଗଲ ଅଗ୍ନିକାଣ୍ଡ ନିୟନ୍ତ୍ରଣ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି। ବିଭାଗରେ ୧୦୦ରୁ ଅଧିକ ଫାୟର୍ ବ୍ଲୋଅର୍ ଉପଲବ୍ଧ ରହିବ, ଯାହା ଅଗ୍ନିନିର୍ବାପଣ କାର୍ଯ୍ୟକୁ ଅଧିକ କାର୍ଯ୍ୟକ୍ଷମ କରିବ।
ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭାଗୀୟ, ରେଞ୍ଜ ଓ ଗ୍ରାମ ସ୍ତରରେ ସଚେତନତା ସଭା ଆୟୋଜନ କରାଯାଉଛି। ପ୍ରତ୍ୟେକ ଗ୍ରାମକୁ ସପର୍ଶ କରି ସଚେତନତା ପହଞ୍ଚାଇବାର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ଏପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ୧୦୭୧ଟି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇସାରିଛି।
ପୋଷ୍ଟର୍, ବ୍ୟାନର୍, ଭିତ୍ତିଚିତ୍ର ଓ ସଚେତନତା ରଥ ମାଧ୍ୟମରେ ମଧ୍ୟ ଅଗ୍ନିକାଣ୍ଡ ସମ୍ପର୍କିତ ସଚେତନତା ବ୍ୟାପକ ଭାବେ ପ୍ରଚାର କରାଯାଉଛି। ଆଗାମୀ ଦିନରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୃକ୍ତ କରି ଯୁବପିଢ଼ୀଙ୍କ ମନରେ ପରିବେଶ ସୁରକ୍ଷା ନେଇ ଜାଗୃକତା ସୃଷ୍ଟି କରାଯିବ।
ବରଗଡ଼ ଅରଣ୍ୟ ବିଭାଗ ଜଙ୍ଗଲ ସୁରକ୍ଷା ଓ ଜିଲ୍ଲାର ସବୁଜ ପରିବେଶ ରକ୍ଷା ପାଇଁ ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତା ଆଶା କରୁଛି।
Report : Bijay ku sahu
Edited by k.s thakur...


