ପୂର୍ବତନ ନିର୍ବାହୀ ଅଧିକାରୀ ତଥା ବଦାନ୍ୟ ବ୍ୟକ୍ତିତ୍ଵ ସର୍ବେଶ୍ୱର ମିଶ୍ରଙ୍କର ୮୫ ବର୍ଷ ବୟସରେ ଦେହାନ୍ତ...

ପୂର୍ବତନ ନିର୍ବାହୀ ଅଧିକାରୀ ତଥା ବଦାନ୍ୟ ବ୍ୟକ୍ତିତ୍ଵ ସର୍ବେଶ୍ୱର ମିଶ୍ରଙ୍କର ୮୫ ବର୍ଷ ବୟସରେ ଦେହାନ୍ତ...


ବରଗଡ଼, ୧୩/୦୨(ବିଜୟ କୁମାର ସାହୁ): ପୂର୍ବତନ ନିର୍ବାହୀ ଅଧିକାରୀ ତଥା ପଶ୍ଚିମ ଓଡ଼ିଶାର  ଜଣାଶୁଣା ବ୍ୟକ୍ତିତ୍ୱ ଶ୍ରୀ ସର୍ବେଶ୍ୱର ମିଶ୍ରଙ୍କର ୧୧ ଫେବୃଆରୀ ୨୦୨୬ (ଫାଲଗୁଣ କୃଷ୍ଣ ପକ୍ଷ ନବମୀ) ଦିନ ୮୫ ବର୍ଷ ବୟସରେ ଦେହାବସାନ  ହୋଇଛି ।  ତାଙ୍କ ଭୁବନେଶ୍ବର ବାସଭବନଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । 

            Ad..


୧୯ ଜୁଲାଇ ୧୯୪୦ ମସିହାରେ ଓଡ଼ିଶାର ବରଗଡ଼ ଜିଲ୍ଲାର ଦେଶଭଟଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ସରଳତା, ସାଧୁତା ଏବଂ ପାରିବାରିକ ମୂଲ୍ୟବୋଧ ପ୍ରତି ଗଭୀର ପ୍ରତିବଦ୍ଧତା ଦ୍ୱାରା ପରିଭାଷିତ ଜୀବନଯାପନ କରିଥିଲେ। ତାଙ୍କର ଉତ୍ସର୍ଗ, ଦୃଷ୍ଟିକୋଣ ଏବଂ ଦୃଢ଼ ନେତୃତ୍ୱ ଗୁଣ ମାଧ୍ୟମରେ, ସେ ସମସ୍ତଙ୍କଠାରୁ ସମ୍ମାନ ଏବଂ ସ୍ନେହ ପାଇଥିଲେ।

ଓଡ଼ିଶା ସରକାରଙ୍କର ଜଣେ ନିଷ୍ଠାପର, ସଚ୍ଚୋଟ ତଥା ଦକ୍ଷ ପ୍ରଶାସକ ରୂପେ ସେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିଲେ । ବୁର୍ଲା, କୁଚିଣ୍ଡା ତଥା ଦେବଗଡ଼ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରି ସେ ବେଶ ସୁନାମ ଅର୍ଜନ କରିଥିଲେ । ପଶ୍ଚିମ ଓଡ଼ିଶାରେ  ସହରାଞ୍ଚଳ ବିକାଶ ଦିଗରେ  ତାଙ୍କର ବହୁ  ଅବଦାନ ରହିଅଛି । ସେ  ଦେବଗଡ଼ ମୁନିସିପାଲିଟିର  କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅବସର ଗ୍ରହଣ କରି ଭୁବନେଶ୍ବର ଠାରେ ବସବାସ କରୁଥିଲେ । 

 ତାଙ୍କ ଦେହାବଶାନରେ ତାଙ୍କ ପରିବାର, ବନ୍ଧୁମହଲ ତଥା ପୂର୍ବତନ କର୍ମକ୍ଷେତ୍ର ଗୁଡ଼ିକରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ସମୟରେ ରେ  ତାଙ୍କ ବଡ଼ ପୁଅ, ଅଜୟ ବୋହୁ ରାଜଶ୍ରୀ, , ସାନପୁଅ ବିନୟ ଓ ବୋହୁ ସ୍ଵାଗତିକା, ବଡ଼ ଝିଅ ଆରତୀ  ଓ ଜାମାତା  ଆଶିଷ ଉଦ୍ଗାତା...

ସାନଝିଅ ଭାରତୀ ଓ ଜାମାତା ସୁବାଶ ମିଶ୍ର , ନାତି ନାତୁଣୀ ଏବଂ ପରିବାରର ଉପସ୍ଥିତ ଥିଲେ । ପୁରୀ ସ୍ଵର୍ଗଦ୍ବାର ଠାରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା । ତାଙ୍କ ଜ୍ୟେଷ୍ଠପୁତ୍ର ଗ୍ରୁପ୍ କ୍ୟାପ୍ଟେନ୍ (ଡକ୍ଟର) ଅଜୟ କୁମାର ମିଶ୍ର ମୁଖାଗ୍ନି ପ୍ରଦାନ କରିଥିଲେ । 

ଦିବଙ୍ଗତ ଆତ୍ମାର ସ୍ମୃତିରେ ଏକ ଶ୍ରାଦ୍ଧ ଭୋଜନ ରବିବାର, ୨୨ ଫେବୃଆରୀ ୨୦୨୬ ସନ୍ଧ୍ୟା ୭:୩୦ ସମୟରେ ତାଙ୍କ ବାସଭବନ, HIG-D-୨୪, BDA କଲୋନୀ, ପୋଖରିପୁଟ, ଭୁବନେଶ୍ୱର - ୭୫୧୦୨୦ ରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗଦେବା ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସମ୍ପର୍କୀୟ, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରାଯାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post