କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି ; ମାନସ ମଙ୍ଗରାଜ...
ଭୁବନେଶ୍ଵର/ନୂଆଦିଲ୍ଲୀ,୧୩/୦୨(ବ୍ୟୁରୋ): କୋଇଲା ରୟାଲଟିରେ ଓଡ଼ିଶା ପାଉନି ହକ । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି।ଏପରି ଅଭିଯୋଗ କରି ଆଜି ଶୂନ୍ୟକାଳରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।
Ad..
ମାନସ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, କୋଇଲା ଉତ୍ପାଦନରେ ନିରନ୍ତର ବୃଦ୍ଧି, ମୁଦ୍ରାସ୍ଫୀତିରେ ବୃଦ୍ଧି, ପରିଚାଳନା ଖର୍ଚ୍ଚରେ ବୃଦ୍ଧି ସତ୍ତ୍ବେ ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ଦର ନିର୍ଣ୍ଣୟ ନେଇ ସଂଶୋଧନ କରାଯାଇନି।
ଏହି ବିଳମ୍ବ ସକାଶେ ରାଜ୍ୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର କ୍ଷତି ସହୁଛି। ଯାହାଦ୍ବାରା ରାଜ୍ୟର ବିକାଶ ଓ ଜନକଲ୍ଯାଣକାରୀ ବିନିଯୋଗ ପ୍ରଭାବିତ ହେଉଛି।ସେ କହିଛନ୍ତି, ଓଡି଼ଶାରୁ କୋଇଲା ଆଣି ଦେଶ ବେଶ ଅର୍ଥ କମାଉଥିବାବେଳେ ଓଡ଼ିଶାକୁ କିନ୍ତୁ ବହୁମୂଲ୍ୟ ଦେବାକୁ ପଡୁଛି।
କୋଇଲା ଖଣି ଅଞ୍ଚଳରେ ଲୋକେ ବାୟୁ ପ୍ରଦୂଷଣ, ଜଙ୍ଗଲ ଉଚ୍ଛେଦ, ବିଷାକ୍ତ ପାଣି ସହ ବିସ୍ଥାପନ ସମସ୍ୟା ଭୋଗୁଛନ୍ତି। ତେଣୁ ଦେଶକୁ ଅଧିକ ଅର୍ଥ ଯୋଗାଉଥିବା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ଉଚିତ ନୁହେଁ।
ତେଣୁ ତୁରନ୍ତ କୋଇଲା ରୟାଲଟି ଦରରେ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି। ସେଗୁଡିକୁ ବଜାର ମୂଲ୍ୟ ଓ ମୁଦ୍ରାସ୍ଫୀତି ସହିତ ସଂଯୋଗ କରିବାକୁ ସେ ଦାବି କରିଛନ୍ତି। ଯାହାଦ୍ବାରା ରାଜ୍ୟରେ ନିରନ୍ତର ବିକାଶ ହେବା ସହ ସଂଘୀୟ ବ୍ଯବସ୍ଥା କାଏମ ରହିପାରିବ ବୋଲି ସେ କହିଛନ୍ତି।
Edited by k.s thakur...
Tags:
Bhubaneswar
latest news
latest update
Manas mangaraj
mp
new delhi
odisha daily current affairs
odisha news
parliament
question


