ସମଲେଶ୍ବରୀ ଉପ୍ରା ବିଦ୍ୟାଳୟ ଠାରେ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...

ସମଲେଶ୍ବରୀ ଉପ୍ରା ବିଦ୍ୟାଳୟ ଠାରେ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...


ବରଗଡ଼,୨୮/୦୨(ବିଜୟ କୁମାର ସାହୁ) : ବରଗଡ଼ ସହର ୱାର୍ଡ଼ ନମ୍ୱର୍ ୨ ସ୍ଥିତ ସମଲେଶ୍ବରୀ ସରକାରୀ ଉପ୍ର ବିଦ୍ୟାଳୟ ଠାରେ ଆଜି ପ୍ରମୋଦ କୁମାର ମହାପାତ୍ର ଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ସମ୍ବର୍ଦ୍ଧନା ସଭା ରେ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଅଭିବାବକ ମହସଂଘ ବରଗଡ଼ ଜିଲ୍ଲା ସଭାପତି ବିମଳ କୁମାର ଦାଶ ଓ ସଂପାଦକ ଗୋପୀନାଥ ସାହୁ, ବ୍ଲକ ଶିକ୍ଷା ଅଧିକାରୀ  ଡ. ସୁରେନ୍ଦ୍ର କୁମାର ସାହୁ, ପ୍ରାକ୍ତନ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର, ବିଦାୟୀ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ନନ୍ଦୀ କିଶୋର ମହାପାତ୍ର, ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଶତପଥୀ,ବରଗଡ଼ କ୍ଲଷ୍ଟର ସଂଯୋଜକ ଅର୍ଚ୍ଚିତା ପାଣିଗ୍ରାହୀ ଯୋଗ ଦେଇ ଥିଲେ। 

     Ad..


ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ବନ୍ଦନା ଓ ପରି ଶେଷ ରେ ବିଦାୟୀ ବନ୍ଦନା ଗାନ ହୋଇ ଥିଲା। ଏହି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ଙ୍କ ସୁଲ ପ୍ରତି, ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ପ୍ରତି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଭାବ ବିଭୋଲ ସ୍ଥିତି ରେ ପଡ଼ା ତଥା ଅଞ୍ଚଳ ବାସୀ ଙ୍କ ଆଖିରୁ ଲୁହ ଗଡି ପଡୁଥିଲା। 

ଏହି ଅବସର ରେ ପ୍ରମୋଦ କୁମାର ମହାପାତ୍ର ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଏକ ମାନ ପତ୍ର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ବିମଳ କୁମାର ଦାଶ ଙ୍କ ହାତରୁ ପ୍ରଦାନ କରଯାଇଥିଲା। 

ଏହି ସଭା ତେଜରଜ ହୋତା ସଂଚାଳନ କରିଥିବା ବେଳେ  ପୂର୍ବତନ ପରିଚାଳନା କମିଟିର ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟ ବାଦ ପର୍ପଣ କରି  ସଭା କାର୍ଯ୍ୟ ଶେଷ କରିଥିଲ। ପରିଶେଷରେ ପଡ଼ା ବାସୀ ,ସମସ୍ତ ଅଭିବାବକ, ଅଭିବାବିକା ଓ ସମସ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ କୀର୍ତ୍ତନ ର ମୃଦଙ୍ଗ ବାଦନ ଦଳ ଙ୍କ ତାଳେ ତାଳେ ଏକ ଭବ୍ୟ ଶୋଭା ଯାତ୍ରା ରେ ପ୍ରଦୀପ କୁମାର ମହାପାତ୍ର ଙ୍କୁ ମାଁ ସମଲେଶ୍ଵରୀ ମନ୍ଦିର ରେ ଗ୍ରାମଦେବୀଙ୍କ ଆଶିଷ ଭିକ୍ଷା କରି ତାଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭା ଯାତ୍ରା ହୋଇଥିଲା। 

ଏହି ଶୋଭାଯାତ୍ରା ରେ ସମସ୍ତ ଙ୍କ ଆଖିରୁ ଲୁହ ଗଡି ଯାଉଥିବା ପରିଲକ୍ଷିତ ହେଉଥିଲା। ଗୁରୁ ସର୍ବଦା ପ୍ରଶଂସା ର ପାତ୍ର ତାଙ୍କ ଅବଦାନ ଅତୁଳନୀୟ ଏକଥା ପ୍ରମାଣ କରିଛି ଏହି ଶୋଭା ଯାତ୍ରା । 

ଏହି ଶୋଭା ଯାତ୍ରା ରେ ବରଗଡ଼ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଉମାକାନ୍ତ ମହାପାତ୍ର, ରେବତୀ ମହାନ୍ତି, ସଂଜୁକ୍ତା ପ୍ରଧାନ, ବିରାଟ ସାହୁ, ତେଜରାଜ ହୋତା, ସଂଗୀତା ପାଣିଗ୍ରାହୀ,ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିବା ବେଳେ, ପଡ଼ାର ସମୀର ବାରିକ, ସଚିନ ମହାପାତ୍ର, ବେଲାଲ ସେନ ପ୍ରଧାନ, ସରୋଜ କୁମାର ଧରୁଆ, ସୁଜିତ୍ କୁମାର ମିଶ୍ର ପ୍ରଭୃତି ଅନେକ ବୁଦ୍ଧିଜୀବୀ ସାମିଲ ହୋଇ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post