ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ...

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ...


ବରଗଡ଼,୨୮/୦୨(ବିଜୟ କୁମାର ସାହୁ) : ଶନିବାର ଦିନ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ବିଜ୍ଞାନ ସମିତି ପକ୍ଷରୁ ଅତି ଆଡମ୍ବର ସହକାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। 

Ad..


ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ 'ବିଜ୍ଞାନ କ୍ଷେତ୍ରରେ ମହିଳା: ବିକଶିତ ଭାରତର ଅନୁପ୍ରେରକ'କୁ ନେଇ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ବ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରି ବିଜ୍ଞାନର ଉନ୍ନତିରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। 

     Ad..


ଅଧ୍ୟାପିକା ମୋନାଲିସା ସ୍ବାଇଁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବିଜ୍ଞାନ ସମିତିର ଉପସଭାପତି ପ୍ରାଧ୍ୟାପିକା ତାପିନୀ ପଣ୍ଡା ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଆମେରିକାରେ କାର୍ଯ୍ୟରତ ବିଶିଷ୍ଟ ବୈଜ୍ଞାନିକ ତଥା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଡ. କାର୍ତ୍ତିକ ପ୍ରଧାନ ଯୋଗଦେଇ ନିଜ ଜୀବନ ସଂଘର୍ଷର ପ୍ରେରଣାଦାୟୀ କାହାଣୀ ଶୁଣାଇଥିଲେ।

ସେ ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ କର୍କଟ ରୋଗ ସମ୍ପର୍କରେ ଏକ ହୃଦୟସ୍ପର୍ଶୀ ଓ ବୈଜ୍ଞାନିକ ବକ୍ତବ୍ୟ ପ୍ରଦାନ କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଭୌତିକ ବିଜ୍ଞାନ ଅଧ୍ୟାପକ ଓମପ୍ରକାଶ ସତାନାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା,ଅଧ୍ୟାପକ, ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post