ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘର କର୍ମକର୍ତ୍ତା ଚୟନ...

ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘର କର୍ମକର୍ତ୍ତା ଚୟନ...


ମୁରିବାହାଲ,୦୯/୦୨ (ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମାଲିଶିରା ପଂଚାୟତ ପାଇଁ ଏକ ନୂତନ ଆଦିବାସୀ ସଂଘ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ସଭାପତି ଲଷ୍ମୀକାନ୍ତ ଧରୁଆଙ୍କ ସଭାପତିତ୍ୱରେ ମାଲିଶିରା ବଜାର ପ୍ରାଣଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି।

        Ad..


ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ଉପସଭାପତି ସୁରେଶ ଭୋଇ , ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁରିବାହାଲ ବ୍ଲକ ଉପସଭାପତି ସଂକୀର୍ତନ ସିକା, ସମ୍ପାଦକ ମଧୁ ଯାନୀ, ସହ ସମ୍ପାଦକ ତୁଳସୀରାମ ଭୋଇ, ଆଦିବାସୀ ଦେବଦେବୀ ପୂଜାର ପାଟ ଢୁଳିଆ ସୁଦର୍ଶନ ଦୀପ ଯୋଗ ଦେଇଥିଲେ।

Ad..


ଏହି ଅବସରରେ ନୂତନ କର୍ମ କର୍ତ୍ତା ଚୟନ ହୋଇଥିଲା ଏଥିରେ ସଭାପତି ଭାବେ ପ୍ରମୋଦ ଧରୁଆ ଉପ ସଭାପତି ପରୀକ୍ଷିତ ଭୋଇ ଉପସଭାପତି ଭେଇଚନ୍ଦ୍ର ଭୋଇ ସମ୍ପାଦକ ଶୁକଦେବ ଭୋଇ ସହସମ୍ପାଦକ ହରିଶ୍ଚନ୍ଦ୍ର ଯାନୀ ଉପଦେଷ୍ଟା ଉମାକାନ୍ତ ଧରୁଆ, ଲିଙ୍ଗରାଜ ମାଝୀ, ବାଲି ଧରୁଆ, କ୍ଷୀରଧର ଯାନୀ, ସୁଦର୍ଶନ ଧରୁଆ କୁ ମନୋନୀତ କରାଯାଇଥିଲା। 

ଏଥିରେ ବିରାଟ ଆଦିବାସୀ ମୋହତ୍ସବ ପାଇଁ ଆଲୋଚନା କରାଯାଇଥିଲା ଓ ଜଳ,ଜମି,ଜଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଆଦିବାସୀ ମାନଙ୍କର ହକ ଅଧିକାର ପାଇଁଁ ଆଲୋକ ପାତ କରିଥିଲେ। 

ଏଥିରେ ପିତାମ୍ବର ଭୋଇ,ବାଲି ଧରୁଆ, କ୍ଷୀରଧର ଯାନୀ,ହିରୋଦାସ ଭୋଇ, ଶମ୍ଭୁ ଭୋଇ, ଝସକେତନ ମାଝୀ,ପୀତବାସ ଭୋଇ ସାହାଯ୍ୟ କରିଥିବା ବେଳେ ଜିଲ୍ଲା ଆଦିବାସୀ ମୁରିବାହାଲ ବ୍ଲକ ଉପ ସଭାପତି ସଙ୍କିର୍ତ୍ତନ ଶିକା ସଂଯୋଜନା କରିଥିଲେ ଏବଂ ପରକ୍ଷିତ ଭୋଇ ଧନ୍ୟବାଦ ଦେଇଥିଲେ।



Report : shankar majhi

Edited by k.s thakur...

Post a Comment

Previous Post Next Post