ମୁରିବାହାଲ ଯୋଗେଶ୍ୱର ମହିମା ପୀଠ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ...

ମୁରିବାହାଲ ଯୋଗେଶ୍ୱର ମହିମା ପୀଠ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ...


ମୁରିବାହାଲ,୦୯/୦୨ (ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବହାଲ ବ୍ଲକ ସଦର ମହକୁମା ସ୍ଥିତ ଯୋଗେଶ୍ୱର ମହିମା ମଠ ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ଅଞ୍ଚଳ ର ବିଭନ୍ନ ବର୍ଗ ର ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ହୋଇ ହିନ୍ଦୁ ଧର୍ମ କୁ ମଜବୁତ୍ କରିବା ପାଇଁ ସଫତ ନେଇଥିଲେ। 

Ad..


ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଯୋଗେଶ୍ୱର ମହିମା ମଠ ର ପିଠାଧିଶ୍ୱର ବାବା ସୁଶିଲ ଦାସ ଏବଂ ତାଙ୍କ ଶିଷ୍ୟ ଙ୍କ ଦ୍ଵାରା ହୋମ ଯଜ୍ଞ କରାଯାଇଥିଲା । ଏହା ପରେ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଆହୁତି ପ୍ରଦାନ କରିଥଲେ ମାଁ ମାନେ କୀର୍ତ୍ତନ ପରିବେଷଣ କରିଥିଲେ । ପରେପରେ ହିନ୍ଦୁ ସମ୍ମିଳନୀ ର ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। 

Ad..


ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗେଶ୍ୱର ମହିମା ମଠ ପିଠା ଧିଶ୍ୱର ସାଧୁ ସୁଶିଲ ଦାସ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାବିତ୍ରୀ ମହାନନ୍ଦ, ମୁଖ୍ୟ ବକ୍ତା ଭାବେ ଦର୍ଲୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ଦାସ, ହିନ୍ଦୁ ସମ୍ମିଳନୀ ର ସଭାପତି  ତରୁଣ ପୋଢ଼, ପ୍ରତିମା ଧଳ, ଘନଶ୍ୟାମ ଶର୍ମା, ପ୍ରମୁଖ ମଞ୍ଚାସିନ ଥିଲେ। 

ଏହି ସମ୍ମିଳନୀ ରେ କିପରି ହିନ୍ଦୁ ମାନେ ଏକ ହୋଇ ରହିବେ ଜାତି ନାଁ ରେ ବାଣ୍ଟି ହେବେ ନାହିଁ, ସମସ୍ତ ଙ୍କ ମନରେ ଭକ୍ତି ଜାଗ୍ରତ ହେବ ସମସ୍ତେ ଏକ ହୋଇ ରହିବେ, ଗାଁ ଗାଁ ରେ କେମିତି ଆମ ହିନ୍ଦୁ ଧର୍ମ ର ପ୍ରଚାର ପ୍ରସାର ହେବ ସେଥି ପ୍ରତି ସମସ୍ତେ ଜାଗ୍ରତ ହୁଅ ବୋଳି ଏହିକାର୍ଯ୍ୟକ୍ରମ ରେ ଅତିଥି ମାନେ   ଆହ୍ବାନ ଦେଇଥିଲେ। 

ସେହିପରି କରସେବକ ସାଧୁରାମ ପାଣିଗ୍ରାହୀ ଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନିରଞ୍ଜନ ସାହୁ ସଂଯୋଜନ କରିଥିଲେ।ବିରାଜ ମହାନ୍ତି, ପ୍ରସଦି କମ୍ପ, ମଧୁସୂଦନ ନାଗ, ସୁଧାଂଶୁ ପୋଡ଼ ଯାଦବ, ରାଜୀବ ମହାନ୍ତି, ରବୀନ୍ଦ୍ର ମହାକୁର, ଚୂଡ଼ାମଣି ମହାକୁର, ସୁଧୀର ପାଣି ପ୍ରଭାକର ମହାକୁର, ଅଭି ମହାକୁର , ସତ୍ୟାନନ୍ଦ ମହାକୁର, ସୁମନ ଖମାରୀ କୁନ୍ତ ପୋଡ଼, ସହ ମୁରିବାହାଲ ଅଞ୍ଚଳ ର ବହୁମାତ୍ରା ରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।



Report : shankar majhi

Edited by k.s thakur...

Post a Comment

Previous Post Next Post