ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ହୋଇଛି ସମାଧାନ...
ଭୁବନେଶ୍ଵର,୧୦/୦୨(ନି.ପ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ହୋଇଛି ସମାଧାନ।ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ୧୬ତମ ପାଳି ସୁଦ୍ଧା ୯୪ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ।
Ad..
୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ ହୋଇଛି।ଆଜି ୧୭ତମ ପାଳିରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଅଭିଯୋଗ ଶୁଣିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା।
Ad..
ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ।ଏହା ସହ ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି।
ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
Edited by k.s thakur...
Tags:
Bhubaneswar
cm mohan Majhi
grivence cell
latest news
latest update
odisha daily current affairs
odisha news



