ମୁରିବାହାଲ ଢ଼ାବାରେ ପୋଲିସର ଚଢ଼ଉ ; ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ...
ମୁରିବାହାଲ,୧୧/୦୨(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୋଲିସ କୁ ଆଜି ବଡ ସଫଳତା ମିଳିଛି। ଗତ ଶନିବାର ଦିନ ଆମ ପୋଲିସ ସମିତି ବୈଠକରେ ବେଆଇନ ମଦ କୋଠି,ଢ଼ାବାରେ ବିକ୍ରି ହେଉଥିବା ବେଆଇନ ମଦ ସମ୍ପୂର୍ଣ ବନ୍ଦ କରିବାର ପ୍ରତିଶୃତି ଦେଇଥିଲେ।
Ad..
ହେଲେ ଚାରି ଦିନ ନ ପୂରୁଣୁ ଆଜି ମୁରିବାହାଲ ପୋଲିସ ତତ୍ପରତା ଦେଖେଇ ଆଜି ମଧ୍ୟାହ୍ନ ୧୨ଟାରେ ମୁରିବାହାଲ ରୁ ହଳଦୀକୁ ଯାଉଥିବା ମୁଖ୍ୟରାସ୍ତା ମୁରିବାହାଲ ନର୍ସରୀ ପାର୍ଶ୍ୱରେ ଥିବା ମୁନା ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରି ଢ଼ାବା ମାଲିକ ସନ୍ଦୀପ ମହାରଣା ଓରଫ ମୁନା (୩୮)କୁ ଗିରଫ କରିଛି।
Ad..
ଚଢ଼ାଉ ବେଳେ ୫୦.୩୫ଲିଟର ବିଦେଶୀ ମଦ ଜବତ କରି କେସ ନଂ ୨୯ ରୁଜୁ କରି ଧାରା୫୨(କ) ଏକ ମାମଲା ରୁଜୁକରି କୋର୍ଟକୁ ଚାଲାଣ କରାଯାଇଛି ବୋଲି ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଏହି ଚଢ଼ାଉ ସମୟରେ ମୁରିବାହାଲ ପୋଲିସର ସମସ୍ତ କର୍ମଚାରୀ ସାମିଲ ଥିଲେ।
Report : Shankar majhi
Edited by k.s thakur...
Tags:
1 arrested
dhaba
foreign liquor seized
latest news
latest update
muribahal
odisha daily current affairs
odisha news
police raid



