ରାଣା ପ୍ରତାପ ସ୍କୁଲ ରେ ଆଶୀର୍ବାଦ ଉତ୍ସବ ଓ ପରୀକ୍ଷା ପାଇଁ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୧୧/୦୨ : ବରଗଡ଼ ପୌର ପରିଷଦ ଅନ୍ତର୍ଗତ ରାଣା ପ୍ରତାପ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟ ତରଫରୁ ଆଶୀର୍ବାଦ ଉତ୍ସବ ଓ ପରୀକ୍ଷା ପାଇଁ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
Ad..
ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍କୁଲ କମିଟି ସଦସ୍ୟ କପିଳେଶ୍ୱର ବାଗ ଓ ସୁଦର୍ଶନ ବାରିକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।
Ad..
ଏଥି ସହିତ ଛାତ୍ର ଛାତ୍ରୀ ମାନେ ଆଗାମୀ ମ୍ୟାଟ୍ରିକ ପରୀକ୍ଷା କୁ କିପରି ଚାପ ମୁକ୍ତ ହୋଇ ସମ୍ମୁଖୀନ ହେବେ ସେ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ।
ତେବେ ଛାତ୍ର ଛାତ୍ରୀ ଙ୍କ ମନ ରେ ରହିଥିବା ବିଭିନ୍ନ ସନ୍ଦେହ ଗୁଡ଼ିକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମାଧାନ କରିଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ଆଗାମୀ ମ୍ୟାଟ୍ରିକ ପରୀକ୍ଷାରେ ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆଶୀର୍ବାଦ କାମନା କରିଥିଲେ।
ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତରଫରୁ ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଗୋଟିଏ ଗୋଟିଏ ଲେଖନୀ ଉପହାର ଦିଆଯାଇଥିଲା।କାର୍ଯ୍ୟକ୍ରମ କୁ ଶିକ୍ଷକ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ଦଶମ ଶ୍ରେଣୀ ଶିକ୍ଷୟିତ୍ରୀ ଜ୍ୟୋତି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



