ମୁଖ୍ୟ ରାସ୍ତା ମଝିରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଖୁଣ୍ଟ...
ମୁରିବାହାଲ,୧୨/୦୨(ଶଙ୍କର ମାଝୀ): ମୁରିବାହାଲ ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ମଝିରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଖୁଣ୍ଟ ମରଣକୁ ଆମନ୍ତ୍ରଣ କରୁଥିବା ବେଳେ ବିଦ୍ୟୁତ ବିଭାଗ ନିଦାବିଷ୍ଣୁ ସାଜିଛି।
Ad..
ମୁରିବାହାଲ ରାସ୍ତା ଦେଇ ଦୈନିକ ଶହ ଶହ ଯାନବାହାନ ସହିତ ଶତାଧିକ ଲୋକେ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରହିଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
Ad..
କିନ୍ତୁ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ।ଅନେକ ସମୟରେ ମଝିରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଖୁଣ୍ଟ ଗୁଡିକ ଅପସାରିତ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ତୁରନ୍ତ ବିପଦପୂର୍ଣ୍ଣ ବିଦ୍ୟୁତଖୁଣ୍ଟ ଗୁଡିକ ଅପସାରିତ କରିବା ପାଇଁ ଦାବି ହେଉଛି।
Report : shankar majhi
Edited by k.s thakur...



