କାର ଓ ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ ଜଣେ ଗୁରୁତର...
ମୁରିବାହାଲ,୨୨/୦୨(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ୫୯ନଂ ଜାତୀୟ ରାଜପଥ ଘଣ୍ଟବାହାଲି ଏବଂ ବିଟାବନ୍ଧ ଗ୍ରାମ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
Ad..
ସୂଚନା ଅନୁସାରେ ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତର ଘଣ୍ଟବାହାଲି ଗ୍ରାମର ପଦ୍ମ ରତେଇ (୨୧) ଏବଂ ଜିତୁ ରତେଇ (୨୪) କୌଣସି କାମରେ ଟିଟିଲାଗଡ଼ ପଟକୁ ବାଇକରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟାଟା ଇଣ୍ଡିଗୋ କାର ( ଓଡି ୦୨ ଏଫ ୧୮୫୧) ସହ ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ଦୁଇଜଣ ତଳେ ପଡି ଯାଇଥିଲେ।
ପଦ୍ମ ରତେଇଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ଗୁରୁତର ଜିତୁ ରତେଇଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ହେଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଲୋକେ ୫୯ନଂ ଜାତୀୟ ରାଜପଥ ଉପରେ ଶବ ରଖି ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।ଖବର ପାଇ ଟିଟିଲାଗଡ଼ ପୋଲିସ ଏବଂ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ଘଟଣା ସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ମୃତକ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ।
ଟିଟିଲାଗଡ଼ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ ଓ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲା।ଟିଟିଲାଗଡ଼ ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛନ୍ତି।
Report : shankar majhi
Edited by k.s thakur...


