ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’...
ଭୁବନେଶ୍ଵର,୨୨/୦୨(ନି.ପ୍ର): ଓଡ଼ିଶାର ଆନ୍ତର୍ଜାତିକ ସଂଯୋଗକରଣରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଦିବସ’ ଅବସରରେ ଅର୍ଥାତ୍ ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ଭିଏଫଏସ ଗ୍ଲୋବାଲ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଖୋଲିବାକୁ ଯାଉଛି।
Ad..
ଏହି ଘୋଷଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି।ଏହି ନୂତନ ସେଣ୍ଟର ଓଡ଼ିଶାର ବାସିନ୍ଦାଙ୍କ ପାଇଁ ସୁବିଧାଜନକ ଏବଂ ସୁରକ୍ଷିତ ଭିଜା ସେବା ପ୍ରଦାନ କରିବ, ଯାହା ପୂର୍ବରୁ ଭିଜା ଫର୍ମାଲିଟି ପୂରା କରିବା ପାଇଁ କଲିକତା ଯିବାକୁ ପଡୁଥିଲା।
ଏହି ପଦକ୍ଷେପ ସମୟ ଏବଂ ଯାତାୟତ ଖର୍ଚ୍ଚ ସଞ୍ଚୟ କରିବା ସହ ରାଜ୍ୟର ଛାତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ଯାତାୟତ ଏବଂ ସଂଯୋଗକରଣକୁ ବୃଦ୍ଧି କରିବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସ୍ତାବକୁ ସମ୍ମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଭିଏଫଏସ ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହି ସେଣ୍ଟର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଓଡ଼ିଶାର ଆନ୍ତର୍ଜାତିକ ସଂଯୋଗକରଣକୁ ବୃଦ୍ଧି କରିବ।
Edited by k.s thakur...
Tags:
Bhubaneswar
Dharmendra Pradhan
latest news
latest update
odisha daily current affairs
odisha news
very soon
vfs global visa centre


