ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 'ସୃଜନିକା' ଅନୁଷ୍ଠିତ...
ମୁରିବାହାଲ,୧୪/୦୨(ଶଙ୍କର ମାଝୀ ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ' ସୃଜନିକା 'ଅନୁଷ୍ଠିତ ଶୁକ୍ରବାର ଦିନ କଲେଜ ପରିସର ଠାରୁ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
Ad..
ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ତଥା ଲୋକସଭା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ କଲେଜରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ସମ୍ମାନନିୟ ଅତିଥି ଭାବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ମୁରିବାହାଲ ସରପଞ୍ଚ ବିଶ୍ବବିହାରୀ ଯୋଶୀ, ଜୁନିୟର କଲେଜ ଅଧ୍ୟକ୍ଷ ଡା ରମେଶ ଚନ୍ଦ୍ର ମହାନନ୍ଦ,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଓଡିଆ ଅଧ୍ୟାପକ ଦିଲ୍ଲୀପ ପଶାୟତ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ ଦ୍ୱାରା ଛାତ୍ର ଛତ୍ରୀ ମାନଙ୍କର ଅନ୍ତନିହିତ ଗୁଣ ବିକାଶ ହୋଇ ଥିବା ବିଷୟରେ ଆଲୋକପାତ କରିଥିଲେ ।
ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ବର୍ତ୍ତମାନର ଗୁରୁ ଓ ଶିଷ୍ୟ ମଧ୍ୟରେ ବଦଳୁଥିବା ସମ୍ପର୍କ, ଶିକ୍ଷl ସମାଜ ର ମେରୁଦଣ୍ଡ, ବିଷୟରେ ମତବ୍ୟକ୍ତ କରିଥିଲେ। କଲେଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତଥା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ,ଓ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।ଅଧ୍ୟାପକ ଭ୍ରୀଙ୍ଗରାଜ ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୁଣ ସାଗର ମେହେର ପୂର୍ଣ୍ଣ ପଧାନ, ବିଜୟ କଲତ, ଶରତ ପଧାନ, ଅଭୟ ନନ୍ଦ ଦାସ ଘନଶ୍ୟାମ ଖମାରି, ଶୈଳିକା ନାୟକ...
ମୀରା ବାଇ ଗଡ଼ତିଆ, ସରିତା ରଣା, ଯଶଶ୍ମିତା ବେହେରା, ଚନ୍ଦ୍ରିକା ସାହୁ ପ୍ରମୁଖ ସହଯୋଗ କରି ଥିବା ବେଳେ, ଅଧ୍ୟାପକ ସୋମେଶ ଦତ୍ତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Report : Shankar majhi
Edited by k.s thakur...


