ପ୍ରଜାପିତା ବ୍ରହ୍ମା କୁମାରୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ : ସବୁ କର୍ମ କୁ ଭଗବାନ ଦେଖୁଛନ୍ତି - ବି.କେ .ଯଶୋଦା ଭଉଣୀ...

ପ୍ରଜାପିତା ବ୍ରହ୍ମା କୁମାରୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ : ସବୁ କର୍ମ କୁ ଭଗବାନ ଦେଖୁଛନ୍ତି - ବି.କେ .ଯଶୋଦା ଭଉଣୀ...


ବରଗଡ଼,୧୪/୦୨(ବିଜୟ କୁମାର ସାହୁ): ସ୍ଥାନୀୟ ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟ ସଦସ୍ୟା ଯୋଗଦେଇ ନିଜର କର୍ମ ଓ ଆତ୍ମା ଉପରେ ଶିକ୍ଷା ମୂଳକ ଉପଦେଶ ଦେଇ ସଂସ୍ଥା ର ସଂଚାଲିକା ଯଶୋଦା ଭଉଣୀ ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ଜଣାଇ ପରମାତ୍ମା ଙ୍କ ଅବତରଣ ଏବଂ ସତ୍ୟଯୁଗର ସ୍ଥାପନା ଉପରେ ଖୁବ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ ।

       Ad..


ମଞ୍ଚାସିନ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ କେଦାର ମିଶ୍ର ବ୍ରହ୍ମା କୁମାରୀ କେବଳ ଆଧ୍ୟାତ୍ମିକ ବାର୍ତ୍ତା ଦିଏ ନାହିଁ ଅପିତୁ ଶୃଙ୍ଖଳା ମଧ୍ୟ ଶିଖାଏ ବୋଲି କହିଥିବା ବେଳେ ଉପସଭାପତି ଗୌନ୍ତିଆ କୁମାର ବ୍ରହ୍ମା କୁମାରୀର ସୁଦ୍ଧ ଚିନ୍ତା ଧାରା ପାଇଁ ପୃଥିବୀ ତିଷ୍ଠି ରହିଛି ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । 

ସେହିପରି  ଡାକ୍ତର ଭୀମ ସାହୁ ଭଗବାନ ଙ୍କୁ ସବୁ କର୍ମ ଅର୍ପଣ କଲେ ନିଶ୍ଚିତ ସଫଳତା ପାଇ ପାରିବା ବୋଲି କହିଥିଲେ, ଡ଼ଃ ତପସ୍ୱୀନି ଗୁରୁ ସାକାରାତ୍ମକ ଚିନ୍ତନ ଦ୍ଵାରା ସୁଖ ଶାନ୍ତି ଆନନ୍ଦ ଅନୁଭବ କରି ପାରିବା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । 

ଡାକ୍ତର ବିମଳ ଭାଇ, ସ୍ନେହଲତା କର ଯୋଗଦେଇ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବି.କେ.ମମତା ଭଉଣୀ ସଂସ୍ଥା ର ପରିଚୟ ପ୍ରଦାନ କରିଥିବା ବେଳେ ବିମଳ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋବିନ୍ଦ ଦାଶ, ଡାକ୍ତର ସନମୁଖ ରାଓ, ଦେବୀ ପଟ୍ଟନାୟକ, ଜଗଦୀଶ ସାହୁ, ବିନୋଦ ଦାଶ, ଜ୍ୟୋସ୍ନା ଭଉଣୀ,ଝିଲୀ ଭଉଣୀ ଓ ଆହୁରି ଅନେକ ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post