ଅନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର...

ଅନ୍ତଃ ଜିଲ୍ଲା ଯୁବ ବିନିମୟ  ପ୍ରଶିକ୍ଷଣ ଶିବିର...


ବରଗଡ଼,୦୫/୦୨(ବିଜୟ କୁମାର ସାହୁ): ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ, ଦ୍ବାରା ଏକ  ପାଞ୍ଚ ଦିନିଆ ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଭିଡ଼ି ପ୍ଲେସ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି।

Ad..


ଏହି ଶିବିରରେ ଗଞ୍ଜାମ ଜିଲ୍ଲା ର ୧୦ ଜଣ ଯୁବତୀ ଓ ୨୭ ଜଣ ଯୁବକ ଅଂଶଗ୍ରହଣ କରିଛନ୍ତି।ଏହି ଶିବିର ୦୨/୦୨/୨୦୨୬ ରୁ ୦୬/୦୨/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଶିବିରର ପ୍ରଥମ ଦିବସରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା ସ୍ବାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ୟଲନ ପୂର୍ବକ ପୁଷ୍ପମାଲ୍ୟ ଦେଇ ଶିବିରକୁ ଉତଘାଟନ  କରିଥଲେ। 

Ad..


ଦ୍ୱିତୀୟ ଦିନରେ ବରଗଡ଼ ଜିଲ୍ଲା ଅର ସି ଟି , ଆଇ ଆଇ ଏଚ୍ ଟି ଏବଂ ସାଇନ୍ସ ପାର୍କ ରେ ଜିଲ୍ଲାପାଳ ବରଗଡ ଶ୍ରୀ ଆଦିତ୍ୟ ଗୋୟଲ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ଉପରେ ଜିଲ୍ଲା ଅଗ୍ନିସମ ଅଧିକାରୀ ପ୍ରଶିକ୍ଷଣ ଦେଇଥିଲେ। 

Ad..


ତୃତୀୟ ଦିବସରେ ଆଶୁ ଚିକିତ୍ସା, ସାଇବର ଠକାମୀ ସଚେତନତା ବିଷୟରେ  ଜୁନିଅର ରେଡ କ୍ରସ ପ୍ରଶିକ୍ଷକ , ତଥା ଏସ୍ ଆଇ  ସାଇବର ସେଲ ବରଗଡ ବିଭିନ୍ନ ବିଷୟରେ ତାଲିମ୍ ପ୍ରଦାନ କରିଥଲେ।  ବିକାଶ କଲେଜ୍ ର ଡିନ ଆରଏସଭି କ୍ରୀଷ୍ଣା ଯୁବ ନେତୃତ୍ୱ ଓ ବ୍ୟକ୍ତିତ୍ୟ ବିକାଶ ଉପରେ ଏକ ଆକର୍ଷୀନୀୟ ପ୍ରଶିକ୍ଷଣ ଦେଇଥିଲେ। 

ଶିବିରର ଚତୁର୍ଥ ଦିନରେ ଶିକ୍ଷାଲାଭ  ପରିଦର୍ଶନ ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ପାର୍ବତୀ ଗିରି ଆଶ୍ରମ, ଓଷଧୀୟ ବୃକ୍ଷ ଉଦ୍ଦ୍ୟାନ ସହିତ ଜଙ୍ଗଲ ବିଭାଗର ପ୍ରକୃତି ନିବାସ କୁ ପରିଦର୍ଶନ ପାଇଁ ଯିବାର ଅଛି। 

ପଞ୍ଚମ ଦିବସର ଉଜ୍ଜାପଣି ଉତ୍ସାବ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରାଶିଷ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ପଞ୍ଚାୟତ କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପତିତପାବନ ସାହୁ , ସମ୍ମାନିତ ଅତିଥି ଭାବରେ  ଶ୍ରୀ ତ୍ରିଲୋଚନ ଶତପଥୀ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ଏହି ପାଞ୍ଚ ଦିନିଆ ଶିବିରରେ ସ୍ଵେଚ୍ଛାସେବୀ ଅନିଲ ସାହୁ , ଆଶିର୍ବାଦ ମହାପାତ୍ର, ଦୁର୍ଯ୍ୟୋଧନ ପାଣ୍ଡେ, ଛନ୍ଦାଚରଣ ଭୋଇ ସାହାଯ୍ୟ ସହଯୋଗ କରିଥଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post