ମା ଦୁଆରସନୀ ୟୁଥ୍ କ୍ଳବ୍ ସହଯୋଗରେ ବିକଳାଙ୍ଗ ବୃଦ୍ଧ କୁ ମିଳିଲା ତିନି ଚକିଆ ସାଇକେଲ...
କଣ୍ଟାବାଞ୍ଜି,୦୫/୦୨(ନି.ପ୍ର):ବଲାଙ୍ଗୀର ଜିଲ୍ଲା ତୁରେକେଳା ବ୍ଲକ ଅନ୍ତର୍ଗତ ଦାବ୍ରି ଗାଁର ବୟସ୍କ ବ୍ୟକ୍ତି ଶ୍ରୀ ମଦନ ମଲ୍ଲିକ(୬୫) ଏକ ଘଟଣାର ଶିକାର ହୋଇଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶାର ଆଲୁଅ ଦେଖାଯାଇଛି।
Ad..
ମାଁ ଦୁଆରଶନି ମାଁ ଯୁଥ୍ କ୍ଲବ ଏବଂ ତୁରେକେଳା ବ୍ଲକ ପ୍ରଶାସନର ସହଯୋଗରେ ତାଙ୍କୁ ଏକ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି।ପ୍ରାୟ ୫ ବର୍ଷ ପୂର୍ବେ ମଦନ ମଲ୍ଲିକ ନିଜସ୍ବ ପୋଷିଥିବା ଗାଈ ଆକ୍ରମଣ କରିଥିଲା। ଏହି ଆଘାତରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା।
Ad..
ଅନେକ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଇଥିଲେ ମଧ୍ୟ ଗୋଡ଼ ସମ୍ପୂର୍ଣ୍ଣ ଭଲ ହୋଇପାରି ନଥ୍ଲା।ଫଳରେ ସେ ଶାରୀରିକ ଭାବେ ବିକଳାଙ୍ଗ ହୋଇପଡ଼ିଥିଲେ।ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ସାହାରା ବାଡ଼ିର ସାହାଯ୍ୟରେ ୨ରୁ ୩ କିଲୋମିଟର ଦୂରତା ବହୁତ କଷ୍ଟରେ ଚାଲି କି ଯାଉଥିଲେ।
Ad..
ଏହି ଦୁଃଖଦ ଅବସ୍ଥା ଦେଖି ଦାବ୍ରି ଗାଁର ମାଁ ଦୁଆରସନି ଯୁଥ୍ କ୍ଲବ ସଭାପତି ଶ୍ରୀ ରାଜୁ ଛତ୍ରିଆ ତୁରେକେଳା ବ୍ଲକ କର୍ମଚାରୀ ଶ୍ରୀ ଆକାଶ ସେଲମାଙ୍କ ସହ ଆଲୋଚନା କରିଥିଲେ।
ଆଜି ବୁଧବାର ଦିନ ଦୁଆରସନି ଯୁଥ୍ କ୍ଲବ ସଭାପତି ରାଜୁ ଛତ୍ରିଆ ଏବଂ ସଂପାଦକ ଜିତୁ ସୁନା ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ସହ ଆଲୋଚନା କରିବା ପରେ ପ୍ରଶାସନ ତରଫରୁ ମଦନ ମଲ୍ଲିକଙ୍କୁ ଏକ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଛି।
ବହୁ ଦିନ ଧରି ମଦନ ମଲ୍ଲିକ ଅନେକ ଲୋକଙ୍କୁ କହି କହି ଥକି ଯାଇଥିଲେ ଯେ ତାଙ୍କୁ ଏକ ତିନି ଚକିଆ ସାଇକେଲ ଦିଆଯାଉ କିନ୍ତୁ କେହି ସାହାଯ୍ୟ କରି ନଥୁଲେ। ଆଜି ଏହି ସାଇକେଲ ପାଇବା ପରେ ତାଙ୍କର ମୁହଁରେ ଖୁସିର ହସ ଫୁଟିଛି।
ଏହି ମାନବିକ କାର୍ଯ୍ୟ ପାଇଁ ଦୁଆରସନି ଯୁଥ୍ କ୍ଲବ ସଭାପତି ରାଜୁ ଛତ୍ରିଆ, ସଂପାଦକ ଜିତୁ " ସୁନା ଏବଂ ବ୍ଲକ କର୍ମଚାରୀ ଆକାଶ ସେଲମାଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।
Edited by k.s thakur...
Tags:
dabri
Jai maa duarsani club
kantabanji
latest news
latest update
odisha daily current affairs
odisha news




