କଣ୍ଟାବାଞ୍ଜି ଭୋକେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିକାଶ,ସମୃଦ୍ଧି ଓ ନୂତନ ଆରମ୍ଭ, ଉତ୍ସବ ଅଭ୍ୟୁଦୟ ମାଧ୍ୟମରେ ବିଦାୟୀ ସମ୍ବର୍ଦ୍ଧନା...

କଣ୍ଟାବାଞ୍ଜି  ଭୋକେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିକାଶ,ସମୃଦ୍ଧି ଓ ନୂତନ ଆରମ୍ଭ, ଉତ୍ସବ ଅଭ୍ୟୁଦୟ  ମାଧ୍ୟମରେ ବିଦାୟୀ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୦୫/୦୨ : କଣ୍ଟାବାଞ୍ଜି କେ ଭି ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମନୋଜ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ଦୁଟିୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ  ଉସ୍ତବ୍ ର ପର୍ବ ଅଭ୍ୟୁଦୟ ନାମରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି।

        Ad..


ଏହି ଉତ୍ସବ ଟି  ଯୁକ୍ତ ଦୁଇର ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ଙ୍କ ସମନ୍ୱୟରେ ଅନୁଷ୍ଠିତ ହୋଇଥିବା ବେଳେ, ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଓ ଅନ୍ୟମାନଙ୍କ ମଧ୍ୟରେ  ନଗରପାଲ ବାରୀୟମ ସିଂହ ସାଲୁଜା,ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକ, ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସମ୍ମାନିତ ଅତିଥି ଓ  ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ମଞ୍ଚାସିନ ଥିଲେ। 

         Ad..


ସମସ୍ତ ଅତିଥି  ପ୍ରଥମେ ଦିବଂଗତ ପରିଚାଳନା କମିଟି ସଭାପତି, ସମ୍ପାଦକ, ଅଧ୍ୟକ୍ଷ , ଅଧ୍ୟାପକ ଓ କର୍ମଚାରୀ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ୍ ଜ୍ଞାପନ କରିଥିଲେ ଓ ପରେ ସଭା କାର୍ଯକ୍ରମ ଆରମ୍ଭ ହୋଇଥିଲା।ସଭାକୁ ଅଧ୍ୟାପକ ସୁଶାନ୍ତ ମହାନନ୍ଦ ପରିଚାଳନା କରିଥିଲେ।

Ad..


ସମସ୍ତ ଅତିଥି  ଧର୍ୟ, ଶୃଙ୍ଖଳା ଓ କଠିନ ଅଧ୍ୟବସାୟ ବଲରେ ହିଁ ସଫଳତା ମିଳିପାରେ ଏବଂ ଆମର ଶିକ୍ଷାଦାନ ପାରମ୍ପାରିକ ଓ ଆଧୁନିକ ପଦ୍ଧତି ର ସମନ୍ୱୟ ରେ ହେବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ। 

ଏହି ସଭାରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା, ପ୍ରାଧ୍ୟାପକ,ଅଧ୍ୟାପକ, ତଥା ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ, ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

ପରେ ଯୁକ୍ତ ଦୁଇ  ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଦୂତିୟ ବର୍ଷର ଛାତ୍ରୀ ଛାତ୍ର ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ କରିଥିଲେ।  ଅଧ୍ୟାପକ  ଯତୀନ ଦ୍ୱାରି ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।



Edited by k.s thakur...

Post a Comment

Previous Post Next Post