ଆସନ୍ତା ଫେବୃୟାରୀ ୧୨ ରୁ ପଦ୍ମପୁର ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ....

ଆସନ୍ତା ଫେବୃୟାରୀ ୧୨ ରୁ ପଦ୍ମପୁର ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ....


ବରଗଡ଼,୦୫/୦୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଆର୍ ବି ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ୧୨ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ପଦ୍ମପୁର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି। 

Ad..


ସ୍ପୋର୍ଟସ ଆସୋସିଏସନ୍ ତରଫରୁ ଆୟୋଜିତ ହେଉଥିବା ଏହି ଚାରିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ତଥା ରାଜ୍ୟ ବାହାରୁ ମୋଟ ୮ ଟି ଜଳ ସାମିଲ ହେବେ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ଓ ଫେବୃଆରୀ ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ। 

Ad..


ଆସୋସିଏସନ୍ ର ବରିଷ୍ଠ କର୍ମକର୍ତ୍ତା ତଥା  ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏକ ପ୍ରେସମିଟ ରେ ସମ୍ପାଦକ ଚିନ୍ମୟ ପଣ୍ଡା ପରିଚୟ ପ୍ରଦାନ ସହ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଏସୋସିଏସନ ର ବରିଷ୍ଠ କର୍ମକର୍ତ୍ତା ସଚିଦାନନ୍ଦ ବହିଦାର...

Ad..


ନାରାୟଣ ପୁରୋହିତ, ସଞ୍ଜିବ ମାଝି ପ୍ରମୁଖ ଙ୍କ ଉପସ୍ଥିତିରେ ପ୍ରତାପ ମିଶ୍ର ଖେଳ ଉପରେ ମତାମତ ଉପସ୍ଥାପନ କରି ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଛନ୍ତି।



Edited by k.s thakur...

Post a Comment

Previous Post Next Post