କଣ୍ଟାବାଞ୍ଜିରେ ଭାରତ ବନ୍ଦର ପ୍ରଭାବ ଶୂନ୍ୟ...

କଣ୍ଟାବାଞ୍ଜିରେ ଭାରତ ବନ୍ଦର ପ୍ରଭାବ ଶୂନ୍ୟ...


କଣ୍ଟାବାଞ୍ଜି,୧୩/୦୨ : ବିଭିନ୍ନ ଟ୍ରେଡ଼ ୟୁନିୟନ ମାନଙ୍କ ତରଫରୁ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଛି। ଏହି ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ସମ୍ବଲପୁର ସମେତ ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଛି।ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ  ସବୁ ବନ୍ଦ ଡାକରା ଦିଆଯାଇଛି ବୋଲି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

        Ad..


ଏହା ସହିତ ସକାଳୁ ସକାଳୁ ବିକ୍ଷୋଭକାରୀ ମାନେ ରାସ୍ତା ଘାଟ ଜାମ କରିବା ସହିତ ଦୋକାନ ବଜାର ଖୋଲିବାକୁ ଦେଉନାହାଁନ୍ତି ବୋଲି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ  ପିକେଟିଂ ଓ ପ୍ରତିବାଦ ଦେଖିବା କୁ ମିଳି ନାହିଁ।

କହିବାକୁ ଗଲେ କଣ୍ଟାବାଞ୍ଜିରେ ବନ୍ଦର ପ୍ରଭାବ ଶୂନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ।ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବୀମା କାର୍ଯ୍ୟାଳୟ, ସରକାରୀ, ବେସରକାରୀ ଅଫିସ, ତହସିଲଦାର କାର୍ଯ୍ୟାଳୟ ଖୁଲା ରହିଥିବା ବେଳେ ଜାତୀୟ ବ୍ୟାଙ୍କ ସଂଗଠନ ପକ୍ଷରୁ ସ୍ଥାନୀୟ ବ୍ୟାଙ୍କ ବନ୍ଦ କରାଯାଇଥିଲା। 

ମେଡିକାଲ ଷ୍ଟୋର, କ୍ଷୀର ଗାଡି, ଆମ୍ବୁଲାନ୍ସ ସହ ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ସହ ୯୦%  ବଜାର ଖୁଲା ରହିଥିବା ବେଳେ ଯାତାୟାତ ସ୍ୱାଭାବିକ ରହିଥିଲା।



Edited by k.s thakur...

Post a Comment

Previous Post Next Post