ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର...
ଭୁବନେଶ୍ଵର,୧୩/୦୨(ନି.ପ୍ର): ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ।ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ।୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟି ଧରାପଡ଼ିଲେ ଅତିରିକ୍ତ ତହସିଲଦାର।ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ୍ କାଟିଥିଲେ।
Ad..
୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ। ଏହି ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ। ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଇଥିବା ଜଣାପଡିଛି।ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅତିରିକ୍ତ ତହସିଲଦାର ଫେବୃଆରୀ ୫ ତାରିଖରେ ଟ୍ରାକ୍ଟରଟିକୁ ରେକର୍ଡରେ ନ ଆଣି ଅଟକ ରଖିଥିଲେ।
ଯଦିଓ ମାଲିକ ସମର୍ଥନକାରୀ କାଗଜପତ୍ର ଦାଖଲ କରିଥିଲେ, ଅଭିଯୁକ୍ତ ଟ୍ରାକ୍ଟରଟିକୁ ଛାଡିବା ପାଇଁ ଲାଞ୍ଚ ଦାବି କରିଥିଲେ। ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେଆଇନ୍ ଭାବେ ବାଲି ଉଠାଇ ନେଉଥିଲେ।
ଏନେଇ ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ନେବା ସହ ଏନେଇ ୩୦ ହଜାର ଟଙ୍କା ଜରିମାନା ପକାଇଥିଲେ। ଏହାପରେ କିଛି କର୍ମଚାରୀ ଜରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ।
ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ।ଆଜି ପୂର୍ବ ଯୋଜନା ଅନୁଯାୟୀ ଟ୍ରାକ୍ଟର ମାଲିକ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ରସିଦଠାରୁ ଅଧିକ ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜଣେ କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲେ।
Edited by k.s thakur...
Tags:
additional tahasildar
Bhubaneswar
latest news
latest update
odisha daily current affairs
odisha news
vigilance raid


