ଆଧାରକାର୍ଡରେ ଆକାଉଣ୍ଟ ଅପରେଟ୍ କରି ଠକେଇ: ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର...

ଆଧାରକାର୍ଡରେ ଆକାଉଣ୍ଟ ଅପରେଟ୍ କରି ଠକେଇ : ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର...


ପଦ୍ମପୁର,୨୫/୦୨(ନି.ପ୍ର): ଆପଣଯଦି ଆକାଉଣ୍ଟ ତିଆରି କରିବା ପାଇଁ କୌଣସି ଜଣାଶୁଣା ବ୍ୟକ୍ତିଙ୍କୁ ଆଧାର କାର୍ଡ ଦେଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ରାୟଗଡା ଜିଲା ଗୁଣୁପୁର ଥାନାରେ ଏକ ସାଇବର କ୍ରାଇମର ଭିନ୍ନ ଏକ ରୋଚକ ମାମଲା ସାମ୍ନାକୁ ଆସିଛି।

Ad.. 


ପଦ୍ମପୁର ବ୍ଲକ୍ ନୁଆସାହିର ଜଣେ ଏମ୍ ବି ଏ ଛାତ୍ର ଦେବକାନ୍ତ ଶତପଥୀ କିଛି ଲୋକଙ୍କ ଆଧାରକାର୍ଡକୁ ନେଇ ଆକାଉଣ୍ଟ ତିଆରି କରିବାକୁ କହିଥିଲେ। ଏହାପରେ ପଦ୍ମପୁର ବ୍ଲକ୍ ଖିଲାମୁଣ୍ଡା ଗ୍ରାମର ଏନ୍ ଏଙ୍କିଟି ମାଲିକାନାରେ ସନ୍ତୋଷ ଟ୍ରେଡର ନାମରେ ଏକ ବେନାମି କରେଣ୍ଟ ଆକାଉଣ୍ଟ କରିଥିଲେ।

ଆକାଉଣ୍ଟ ଟି ଏସବିଆଇର ହୋଇଥିବା ବେଳେ ଆକାଉଣ୍ଟ ରେ ଦିଆଯାଇଥିବା ମୋବାଇଲ୍ ନଂ ଟି ଆକାଉଣ୍ଟଧାରରଙ୍କ ନଥିବା ବେଳେ ଦେବକାନ୍ତ ଶତପଥୀ ବାଙ୍ଗାଲୋର ର ଏକ ଫ୍ରଡ୍ ଲୋକର ସହ ଡିଲ୍ କରି ତାଙ୍କ ଫୋନ ନଂ କୁ ଆକାଉଣ୍ଟ ସହ ଲିଙ୍କ୍ କରୁଥିଲେ। 

ଏପରିକି ଏଥିରେ ଯେଉଁ ଲୋକଙ୍କଠୁ ଆଧାରକାର୍ଡ ନେଉଥିଲେ ତାଙ୍କୁ କିଛି କମିଶନ ଆସିବାର ପ୍ରଲୋଭନ ଦେଖାଉଥିଲେ।ପରବର୍ତୀ ମୁହୁର୍ତରେ ପୁଲିସ ସାଇବର କ୍ରାଇମ୍ ଟୋଲ୍ ଫ୍ରି ନଂ ୧୯୩୦ ନଂରେ ୬ଜଣ ଅଭିଯୋଗକାରୀ ଯୋଗାଯୋଗ କରି ଅଭିଯୋଗ କରିଥିଲେ। 

ଗୁଣୁପୁର ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆକାଉଣ୍ଟର ଯାଞ୍ଚ ପୁଲିସ କରିବା ବେଳେ ଏହି ଆକାଉଣ୍ଟ ରେ ପ୍ରାୟଃତ ୮ ଲକ୍ଷରୁ ଅଧିକ ଟଙ୍କା ନେଣଦେଣ ହେଉଥିବା ନେଇ ଜଣାପଡିବା ପରେ ପୁଲିସ ଏହି ବେନାମି ଆକାଉଣ୍ଟର ହିସାବ ଦେଖି ଚକିତ ହୋଇଯାଇଥିଲେ। 

ଏହି ଆକାଉଣ୍ଟ ଧାରୀ ଏନ୍ ଏଙ୍କିଟିକୁ ପୁଲିସ ପଚରାଉଚୁରା କରିବା ପରେ ଏହା ଏକ ବେନାମି ଆକାଉଣ୍ଟ ବୋଲି ଜାଣିବାକୁ ପାଇଥିଲା।ପୁଲିସ ଏହି ସାଇବର ମାମଲାରେ ଛନ୍ଦି ହୋଇଥିବା ଦେବକାନ୍ତ ଶତପଥୀଙ୍କୁ ଗିରଫ କରି ପଚରାଉଚୁରା କରି କୋର୍ଟ ଚାଲାଣ କରିଛି। 

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବାଙ୍ଗାଲୋର ଅଞ୍ଚଳର ରାହୁଲ୍ ନାମକ ଯୁବକ ଫେରାର ରହିଛି। ଏଥିରେ ପୁଲିସ ପ୍ରତିକ୍ରିୟା ଦେଇନଥିବା ବେଳେ ଆକାଉଣ୍ଟ ସିଜ୍ କରିବା ସହ ତିନୋଟି ମୋବାଇଲ୍ କୁ ଜବତ କରିଛି ତଦନ୍ତ ଜାରି ରଖିଛି।



Edited by k.s thakur...

Post a Comment

Previous Post Next Post