ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ...
ଭୁବନେଶ୍ଵର,୨୫/୦୨ : ଗତକାଲି ରାତିରେ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରାଯିବା ପରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କ ଆବାସିକ ଫ୍ଲାଟ (ଫ୍ଲାଟ ନମ୍ବର ୩୦୨, ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ, ଶ୍ରୀ ବିହାର, ପଟିଆ, ଭୁବନେଶ୍ୱର), ଭଦ୍ରକର ମଠସାହିରେ ଥିବା ପୈତୃକ ଘର ଏବଂ କଟକରେ ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।
Ad..
ଏହି ଚଢ଼ାଉ ସମୟରେ, ରାଜଧାନୀରେ ତାଙ୍କ ଫ୍ଲାଟରୁ ଟ୍ରଲି ବ୍ୟାଗ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିବା ୪ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଛି। ନଗଦର ସଠିକ୍ ପରିମାଣ ଜାଣିବା ପାଇଁ ଗଣନା ଚାଲିଛି। ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ନଗଦ ଜବତ।
ଏହା ସହିତ, ଶ୍ରୀ ମହାନ୍ତିଙ୍କ ଅଫିସ ଡ୍ରୟର ଏବଂ ତାଙ୍କ ସମ୍ପତ୍ତିରୁ ୧.୨୦ ଲକ୍ଷ ଟଙ୍କା ଜବତ ଏବଂ ଉଦ୍ଧାର କରାଯାଇଛି।ଏହା ବ୍ୟତୀତ, ଏପର୍ଯ୍ୟନ୍ତ ଠାବ ହୋଇଥିବା ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ପାହାଳାରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ବିଳାସମୟ ଦ୍ୱିମହଲା କୋଠା ଓ ପ୍ରାୟ ୧୩୦ ଗ୍ରାମ ସୁନା। ଏନେଇ ଅଧିକ ତଦନ୍ତ ଜାରି ରହିଛି।
Edited by k.s thakur...
Tags:
4 crores above
barbil minning officer
Bhubaneswar
cash seized
latest news
latest update
odisha daily current affairs
odisha news
vigilance raid


