ପ୍ରେମିକ ସହ ୩ ଲକ୍ଷରୁ ଉଦ୍ଧ ଟଙ୍କାର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ବାପଘରୁ ଫେରାର ନବବଧୂ, ଥାନାରେ ମାମଲା...
ମୁରିବାହାଲ,୨୫/୦୨(ଶଙ୍କର ମାଝୀ): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର ହୋଇଥିବା ଭଳି ଅଭାବନୀୟ ଘଟଣା ଘଟିଛି।ତେବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ବାହା ହୋଇ ନବବଧୂ ସହ ଫେରୁଥିବା ବଲାଙ୍ଗିର କାମାକ୍ଷାନଗରର ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଅପହରଣ ଘଟଣାରେ...
Ad..
ଫେରାର ନବବଧୂ ଓ ପ୍ରେମିକ ତରଭା ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେପୁଣି ଆଉ ଏକ ସମାନ ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ମୁରିବାହାଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିନବବଧୂ ପୂର୍ବତନ ପ୍ରେମିକ ସହ ଫେରାର ହୋଇଛନ୍ତି। କଣ୍ଟାବାଞ୍ଜି ଧୂବା ପଡ଼ାର ଯୁବତୀ ଲକ୍ଷ୍ମୀପ୍ରିୟା ବେହେରା ମୁରିବାହାଲ ବ୍ଲକ କର୍ଲା ଗାଁର ମୁକେଶ ବିଶାଳଙ୍କ ବାହା ହୋଇଥିଲେ।
୩ ଲକ୍ଷରୁ ଉଦ୍ଧ ଟଙ୍କାର ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ସହ ଫେରାର ହୋଇଥିବା ସୂଚନା ମିଳିଛି। ଝିଅର ବାପା ଓ ସ୍ବାମୀଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି।
Edited by k.s thakur...


